Below header

ପୁଣିଥରେ ମାଆ, ବାପା ହେଲେ ଲୋକପ୍ରିୟ ଟିଭି ଅଭିନେତା କରଣବୀର ବୋହରା ଓ ପତ୍ନୀ ଟିଜେ ସିଦ୍ଧୁ, ଜାଣନ୍ତୁ କ’ଣ ହେଇଛି ପୁଅ ନା ଝିଅ

ଲୋକପ୍ରିୟ ଟିଭି ଅଭିନେତା କରଣବୀର ବୋହରା ଏବଂ ତାଙ୍କ ସ୍ତ୍ରୀ ଟିଜେ ସିଦ୍ଧୁ ପୁଣିଥରେ ମାଆ, ବାପା ହୋଇଛନ୍ତି। ଖବର ରହିଛି, ଆଜି ବୋହରାଙ୍କ ଘରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଆପଣଙ୍କୁ କହି ରଖୁଛୁ, ଏହା ପୂର୍ବରୁ ବୋହରା ଓ ସିଦ୍ଧୁଙ୍କର ଯାଆଁଳା ଝିଅ ବେଲା ଓ ବିୟନା ଅଛନ୍ତି। ସେମାନଙ୍କୁ ଏବେ ୪ ବର୍ଷ ବୟସ।

karanveer

ତେବେ ଆଉ ଏକ ଶିଶୁ କନ୍ୟା ଜନ୍ମ ହେବା ନେଇ ଏହି ଅଭିନେତା ଜଣକ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି। ଏଥିରେ ସେ ନବଜାତ ଶିଶୁକୁ କୋଳରେ ଧରିଥିବା ବେଳେ ତାଙ୍କ ପାଖରେ ଯାଆଁଳା ଦୁଇ ଝିଅ ମଧ୍ୟ ନଜର ଆସୁଛନ୍ତି।

karanveer3

କରଣବୀର ଭିଡ଼ିଓର କ୍ୟାପସନ ଦେଇ କହିଛନ୍ତି, ‘ସେ ବର୍ଣ୍ଣନା କରିପାରିବେ ନାହିଁ କି ତାଙ୍କୁ କେତେ ଖୁସି ଅନୁଭବ ହେଉଛି। ସେ ବର୍ତ୍ତମାନ ତିନି ଝିଅଙ୍କର ବାପା’।

karanveer2

ସେ ନିଜ ଝିଅମାନଙ୍କୁ ୩ ଦେବୀ ବୋଲି କହି ଲେଖିଛନ୍ତି ଯେ ଜୀବନ ଏହାଠାରୁ ବଢ଼ିଆ ହୋଇପାରିବ ନାହିଁ। ଭଗବାନ, ଏହି ପରୀମାନଙ୍କ ପାଇଁ ଆପଣଙ୍କୁ ଧନ୍ୟବାଦ। ମୁଁ ଏମାନଙ୍କର ଭଲ ଭାବେ ଯତ୍ନ ନେବି, କାହିଁକି ନା, ଏମାନେ ମୋର ତିନି ଦେବୀ। ମୋ ଲକ୍ଷ୍ମୀ, ସରସ୍ୱତୀ ଏବଂ ପାର୍ବତୀ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.