Below header

ହାଉସକିପର ଚାକିରି ପାଇଁ ଦରମା ୧୮ ଲକ୍ଷ, ଆପଣ ଏହି ଚାକିରି ପାଇଁ ଆବେଦନ କରିବେ ତ?

କଥାରେ କୁହାଯାଏ, ଚାକିରି ତ ଚାକିରି ରଜା ଚାକିରି । ଏବେ ସେମିତି ଏକ ଚାକିରି ବାହାରିଛି । ଯାହାର ଦରମା ହେଉଛି ୧୮ ଲକ୍ଷ । ହାଉସକିପର ଚାକିରି ପାଇଁ ମିଳିବ ୧୮ ଲକ୍ଷ। ହଁ ଆଜ୍ଞା ଏ ଖବର ଶୁଣି ବିଲକୁଲ ବି ଚମକିବା ଆବଶ୍ୟକ ନାହିଁ। କାହିଁକିନା ଏହା ଏକଦମ ସତ। ହାଉସକିପର ଚାକିରି କଲେ ମିଳିବ ୧୮. ୫ ଲକ୍ଷ। ଆପଣଙ୍କ ମନରେ ଏହାକୁ ନେଇ ନିହାତି ଭାବରେ ପ୍ରଶ୍ନ ଆସୁଥିବ ଯେ ହାଉସକିପର ଚାକିରି ପାଇଁ ଏତେ ଦରମା କାହିଁକି? ତାହେଲେ ଆସନ୍ତୁ ଜାଣିବା ଏହି ଚାକିରି କେଉଁଠି ଆଉ କିଏ ଦେଉଛନ୍ତି।

ଏହି ହାଉସ କିପର ଦରକାର ବ୍ରିଟିସ ରୟାଲ ଫ୍ୟାମିଲି ପାଇଁ। ଏଥିପାଇଁ ନୋଟିସ୍ ଜାରି କରାଯାଇଛି। କିନ୍ତୁ ଏହି ଚାକିରି ଏତେ ସହଜରେ ମିଳିବ ନାହିଁ। ଏଥି ପାଇଁ ରହିଛି ବିଭିନ୍ନ ପ୍ରକାର ସର୍ତ୍ତ । ଆଉ ଯିଏ ଏହି ସର୍ତ୍ତ ପାଳନ କରିବ ଏବଂ କ୍ରାଇଟେରିଆ ପୂରଣ କରିବ ତାଙ୍କୁ ମିଳିବ ଚାକିରି। ତେବେ ଯେଉଁଠି ଡାକ୍ତର କିମ୍ବା ଇଞ୍ଜିନିୟରଙ୍କୁ ଏତେ ଦରମା ମିଳୁନି, ସେଠାରେ ଜଣେ ହାଉସ କିପରଙ୍କୁ ଏତେ ମୋଟା ଅଙ୍କର ଦରମା ମିଳୁଛି କାହିଁକି ?

palaceଆପଣ ତ ଏହାକୁ କହିପାରିବେ ରୟାଲ ଫ୍ୟାମିଲୀର ରୟାଲ ଦରମା। ଆମେ ସମସ୍ତେ ଜାଣିଛନ୍ତି ଯେ ରାଜ ପରିବାରର ଚାଲି ଚଳଣି, ରହିବା ଶୈଳୀ ସବୁକିଛି ଅଲଗା। ସେମାନଙ୍କ ରାଜପ୍ରସାଦରେ ସେବକଙ୍କ ଅଭାବ ନଥାଏ। କିନ୍ତୁ ଏବେ ବକିମହମ୍ ପ୍ୟାଲେସ ପାଇଁ ଯେଉଁ ବିଜ୍ଞାପନ ବାହାରିଛି ତାକୁ ନେଇ ସମସ୍ତେ ଚକିତ। କାରଣ ବ୍ରିଟେନ ରାଜ ପରିବାର ପାଇଁ ଏବେ ଦରକାର ଜଣେ ହାଉସ କିପର। ଏଥିପାଇଁ ରୟାଲ େଓ୍ଵବସାଇଟରେ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞାପନରେ ରହିଛି ହାଉସ୍‌ କିପର ପୋଷ୍ଟ ପାଇଁ କଣସବୁ ଯୋଗ୍ୟତା ଦରକାର ଏବଂ କେତେଟଙ୍କା ଦରମା ସେ ସବୁ ସୂଚନା ରହିଛି ।

palaceଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଥମେ ଦିଆଯିବ ଏହି ୧୮ ଲକ୍ଷ ଦରମା । ଆଉ ଏହାପରେ ଦରମା ଧୀରେ ଧୀରେ ବଢ଼ିବ। କାମକୁ ଦେଖି ଇନକ୍ରିମେଣ୍ଟ କରାଯାଏ। ରୟାଲ ଫ୍ୟାମିଲୀର କର୍ମଚାରୀଙ୍କୁ ବିଭିନ୍ନ ଗ୍ରେଡ୍‌ରେ ବିଭକ୍ତ କରାଯାଇଛି। ହାଉସ୍‌ କିପର ହେଉଛନ୍ତି ଦ୍ୱିତୀୟ ଗ୍ରେଡ୍‌ର । ତେଣୁ ଏହି ଚାକିରି ପାଇଁ ମନୋନୀତ କର୍ମଚାରୀଙ୍କୁ ୟୁକେର ନିଯୁକ୍ତି ଦିଆଯାଏ। କେବଳ ସେତିକି ନୁହେଁ ଏଠି କର୍ମଚାରୀଙ୍କୁ ସବୁପ୍ରକାର ସୁବିଧା ମଧ୍ୟ ମିଳିବ। ସପ୍ତାହକୁ ପାଞ୍ଚ ଦିନ କାମ କରିବେ ଏବଂ ୨ ଦିନ ଛୁଟି । ସବୁଠୁ ଖାସ୍ କଥା ହେଉଛି କର୍ମଚାରୀଙ୍କୁ ରାଜ ପ୍ରାସାଦରେ ରହିବାର ବ୍ୟବସ୍ଥା ମଧ୍ୟ ରହିଛି । ଆଉ ଯଦି ଏହି ସମୟରେ କର୍ମଚାରୀ ଜଣଙ୍କ କୁଆଡେ ଯାତ୍ର କରୁଛନ୍ତି ତାହେଲେ ସେହି ଗସ୍ତ ଖର୍ଚ୍ଚ ମଧ୍ୟ ପ୍ୟାଲେସ ତରଫରୁ ଭରଣା କରାଯାଇଥାଏ।

windsorଚୟନ ହୋଇଥିବା କର୍ମଚାରୀ ଜଣଙ୍କୁ ବର୍ଷସାରା ଅନ୍ୟ ପ୍ୟାଲେସକୁ ବୁଲି ଦେଖିବାର ମଉକା ମିଳିବ। ଚାକିରି କାଳ ମଧ୍ୟରେ ବର୍ଷକୁ ୩୩ ଦିନ ଛୁଟି ମିଳିଥାଏ। ତେବେ ଏହି କର୍ମଚାରୀଙ୍କୁ ଇଂରାଜୀ ଏବଂ ଅଙ୍କରେ ଦକ୍ଷ ହେବା ନିହାତି ଦରକାର। ଏଥିରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ଏହାଛଡା ଇଣ୍ଟେରିୟର ଏବଂ ଅନ୍ୟ ସବୁ ଜିନିଷକୁ କ୍ଲିନ କରିବାର କଳା ବି ରହିଥିବା ଆବଶ୍ୟକ। ଯଦି ଏହି ଦକ୍ଷତା ଥିବ ତେବେ ଚାକିରି କରିବା ସହଜ ହୋଇଯାଏ।

clean୧୩ ମାସ ଟ୍ରେନିଙ୍ଗ୍ ଦିଆଯିବ, ଏହାପରେ ଯାଇ ବ୍ୟକ୍ତିଙ୍କ ଚାକିରିକୁ ପରମାନେଣ୍ଟ କରାଯିବ। ଚାକିରି କରିବା ପରେ କାମ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଏହି ସମୟରେ ଅଲଗା ଅଲଗା ପ୍ୟାଲେସରେ ରହିବା ଖାଇବାର ସୁବିଧା ମଧ୍ୟ ମିଳିଥାଏ। ମହଲ ଭିତରର କାମକୁ ବୁଲି ତଦାରଖ କରିବାକୁ ପଡିଥାଏ। ପ୍ୟାଲେସ ଭିତର କେମିତି ସଫା, ସୁତୁରା ରହିବ ଏବଂ ପ୍ରତ୍ୟେକଟି ଜିନିଷ ଯେମିତି ଚକାଚକା ରହିବ, ଜିନିଷ ପତ୍ର ଯେମିତି ଠିକ ସ୍ଥାନରେ ରହିବ ତାହାକୁ ନଜର ରଖିବାକୁ ପଡିଥାଏ। ତେଣୁକରି ବହୁ ଭାବି ଚିନ୍ତି ଏଠି କର୍ମଚାରୀଙ୍କୁ ଚୟନ କରାଯାଏ।

windsorତେବେ ନିଯୁକ୍ତି ବେଳେ ନିଯୁକ୍ତି ପତ୍ରରେ ସଫା ସଫା ଲେଖା ହୋଇଥାଏ ଯେ ଆପଣ ପ୍ୟାଲେସର ହାଉସ କିପିଙ୍ଗ ଟିମରେ ସାମିଲ ହେବାକୁ ଯାଉଛନ୍ତି। ଯେତେବେଳେ ଆପଣ କାମ କରିବେ ସେତେବେଳେ ପ୍ୟାଲେସର ସମସ୍ତ ଜିନିଷର ରକ୍ଷଣା ବେକ୍ଷଣ ଆପଣଙ୍କ ଦାୟିତ୍ୱ। କାରଣ ଏହି ପ୍ୟାଲେସରେ ଅନେକ ରାଜରାଜୁଡା ଜିନିଷ ସ୍ମୃତି ଭାବରେ ରହିଛି। ସେଥିଲାଗି ବିଶେଷ ଭାବରେ ଧ୍ୟାନ ଦିଆଯାଏ। ଏଠାରେ କର୍ମଚାରୀଙ୍କୁ ପୂରା ସରକାରୀ ସୁବିଧା ମିଳିଥାଏ। କର୍ମଚାରୀଙ୍କ ଅବସର ପରେ ତାଙ୍କୁ ପେନସନ୍ ମଧ୍ୟ ମିଳିଥାଏ। ଏହାବ୍ୟତୀତ ଜିମ, ସ୍ୱିମିଙ୍ଗ ପୁଲ ଏବଂ ଟେନିସ କୋର୍ଟର ସୁବିଧା ମଧ୍ୟ ରହିଛି । ତେଣୁ କଣ ଭାବୁଛନ୍ତି, ଆପଣ ଏହି ଚାକିରି ପାଇଁ ଆବେଦନ କରିବେ ତ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.