Below header

ଜନ୍ମଦିନରେ ତମନ୍ନାଙ୍କୁ ଭ୍ଯାନିଟ୍ ଭ୍ଯାନରେ ମିଳିଲା ଏମିତି କିଛି, ଯାହାକୁ ତମନ୍ନା ଦେଖି ନିଜ ଆଖିକୁ ବି କରିପାରିଲେନି ବିଶ୍ବାସ

ବାହୁବଳି ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ସାଉଥ ଷ୍ଟାର ତମନ୍ନା ଭାଟିଆ ଆଜି ନିଜର ୩୧ ଜନ୍ମଦିନ ପାଳନ କରୁଛନ୍ତି। ଏବେ ତମନ୍ନା ନିଜର ଅପକମିଂ ଫିଲ୍ମ ସୁଟିଂ କରୁଛନ୍ତି। ଏମିତିରେ ତାଙ୍କ ଜନ୍ମଦିନ ସେ ସୁଟିଂ ସେଟରେ ହିଁ ସେଲିବ୍ରେଟ୍ କରିଥିଲେ। ସୋସିଆଲ ମିଡିଆରେ ସେ ନିଜର ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ତମନ୍ନା ଭ୍ଯାନିଟ ଭ୍ଯାନରେ ଜନ୍ମଦିନ ଜନ୍ମଦିନ ପାଳନ କରୁଥିବା ନଜର ଆସିଛନ୍ତି।

ତମନ୍ନାଙ୍କ ଜନ୍ମଦିନରେ ତାଙ୍କ ଟିମ୍ ତାଙ୍କୁ ସରପ୍ରାଇଜ ଦେଇଛନ୍ତି। ତମନ୍ନା ଯେତବେଳେ ନିଜ ଭ୍ଯାନିଟ୍ ଭ୍ଯାନରେ ଏଣ୍ଟ୍ରି କରିଥିଲେ, ସେତେବେଳେ ତାଙ୍କ ଟିମ୍ ଦମଦାର ସ୍ବାଗତ କରି ଡ୍ଯାନ୍ସ କରିଥିଲେ। ଭ୍ଯାନିଟ୍ ଭ୍ଯାନ୍କୁ ବେଲୁନରେ ଫୁଲ କରିଦେଇଥିଲେ। ଏହା ଦେଖି ତମନ୍ନା ଆଶ୍ଚର୍ଯ୍ଯ ହୋଇଯାଇଥିଲେ। ତା’ ପରେ ତମନ୍ନା ନିଜ ଟିମ୍ ସଦସ୍ଯଙ୍କୁ ଧନ୍ଯବାଦ ଜଣାଇଥିଲେ।

 

View this post on Instagram

 

A post shared by Tamannaah Bhatia (@tamannaahspeaks)

ତମନ୍ନାଙ୍କ ଜନ୍ମ ୨୧ ଡିସେମ୍ବର ୧୯୮୯ରେ ହୋଇଥିଲା। ସେ ତେଲୁଗୁ, ତାମିଲ ଏବହ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ୨୦୦୫ରେ ମାତ୍ର ୧୫ ବର୍ଷ ବୟସରେ ବଲିଉଡରେ ଫିଲ୍ମ ‘ଚାନ୍ଦ ସା ରୋସନ ଚେହେରା’ ଜରିଆରେ ଏଣ୍ଟ୍ରି କରିଥିଲେ। ତମନ୍ନା ଏର୍ଯ୍ଯନ୍ତ ୬୫ଟି ସାଉଥ ଫିଲ୍ମରେ କାମ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.