ପରୀ ହତ୍ୟା ମାମଲା: ପ୍ରମାଣ ପାଇଁ ଶୁଖାଯିବ ଯଦୁପୁର ପୋଖରୀ! ଏସଆଇଟି ପାଖରେ ଯଥେଷ୍ଟ ପ୍ରମାଣ ଥିବା କହିଲେ ଅରୁଣ ବୋଥ୍ରା

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ନୟାଗଡ଼ ମେଡିକାଲରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯଦୁପୁର ନିଆଯିବା ପୂର୍ବରୁ ତାକୁ ସର୍କିଟ ହାଉସ ଠାରେ ରଖିଯାଇଥିଲା। ଯଦୁପୁରରେ ଅଭିଯୁକ୍ତ ହତ୍ୟା ଘଟଣାର ଡେମୋ ଦେଖାଇବ। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ସଦର ଥାନା ପକ୍ଷରୁ ମେଡିକାଲ ପରିସରରେ ପୋଲିସ ଛାଉଣି କରାଯାଇଥିଲା। ଏହାପୂର୍ବରୁ ଗାଁରେ ଏସଆଇଟିର ସଦସ୍ୟ ଗାଁରେ ପହଁଚିଥିଲେ । ଅଭିଯୁକ୍ତର ମାଙ୍କୁ ଏସଆଇଟି ଟିମ୍‌ ପଚରାଉଚରା କରିଛି ।

ପୂର୍ବରୁ ଶନିବାର ଅଭିଯୁକ୍ତର ମା’ ଓ ଭଉଣୀଙ୍କୁ ଏସଆଇଟି ଜେରା କରିଥିଲା । ଗାଁ ସଭାପତିଙ୍କ ସହ ଆଲୋଚନା କରିଥିଲେ ଏସଆଇଟି ସଦସ୍ୟ । ଯଦୁପୁର ଗାଁରେ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଅନ୍ୟପଟେ ମୃତଦେହ ମିଳିଥିବା ପୋଖରୀକୁ ପମ୍ପ ଲଗାଇ ସମ୍ପୂର୍ଣ୍ଣ ଭାବେ ଶୁଖାଯିବ। ଯେଉଁ ପୋଖରୀ କୂଳରୁ ନାବାଳିକାର ହାଡ଼ ଓ ଖପୁରୀରୁ ମିଳିଥିଲା, ସେହି ପୋଖରୀକୁ ନିଷ୍କାସନ କରାଯିବ । ଏଥିପାଇଁ ଦମକଳ ବାହିନୀକୁ ନିୟୋଜିତ କରାଯାଇଛି । ନୟାଗଡ଼ ସଦର ଥାନା ଆଇଆଇସି ଭାବେ ଯୋଗ ଦେଇଛନ୍ତି ଶରତ ଚନ୍ଦ୍ର ପାତ୍ର ।

arun bothraଅନ୍ଯପଟେ ଏସଆଇଟି ମୁଖ୍ଯ ଅରୁଣ ବୋଥ୍ରା କହିଛନ୍ତି ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଯାହାକୁ ଆଧାର କରି ତାକୁ ଆଜି ଗିରଫ କରାଯାଇଛି । ଏସଆଇଟିକୁ ସମସ୍ତ ତଥ୍ଯ ଓ ପ୍ରମାଣ ମିଳିଛି । ଏହାସହିତ ଅଭିଯୁକ୍ତକୁ ୧୦ରୁ ଉର୍ଦ୍ଧ୍ବ ଥର ପଚରାଉଚରା କରାଯାଇଥିବା ବୋଥ୍ରା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.