Below header

ତାଜ୍‌ମହଲରେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅକ୍ଷୟ କୁମାର ଓ ସାରା ଅଲ୍ଲୀ ଖାନ, ଭାଇରାଲ୍‌ ହେଉଛି ସୁନ୍ଦର ଫଟୋ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ତାଜମହଲ ନଗରୀରେ । ସାଙ୍ଗରେ ଅଛନ୍ତି ଅଭିନେତ୍ରୀ ସାରା ଅଲି ଖାନ୍‌ । ଆଜି (ସୋମବାର) ପ୍ରାୟ ୧୧ଟା ବେଳେ ତାଙ୍କର ଫିଲ୍ମ ସୁଟିଂ କାମ ଆରମ୍ଭ ହୋଇଛି । ତାଜମହଲରେ ଅକ୍ଷୟ କୁମାର ଓ ସାରା ଅଲ୍ଲୀ ଖାନ୍‌ଙ୍କ ଗୋଟିଏ ଝଲକ୍‌ ପାଇବା ପାଇବା ପାଇଁ ପର୍ଯ୍ୟଟକ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି ।

 

AKSHYA -1

ସୋମବାର ଅକ୍ଷୟ କୁମାର ତାଜମହଲ ପରିସରରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ସହ ପ୍ରେମ କରୁଥିବା ନଜର ଆସିବେ । ଏହା ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ’ ର ସୁଟିଂ । ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ଏହି ଫିଲ୍ମର ସୁଟିଂ ତାଜମହଲର ରୟାଲ୍‌ ଗେଟ୍‌ ଓ ସେଣ୍ଟ୍ରାଲ ଟେକ୍‌ ସହିତ ଓ୍ଵାଟର ଚ୍ୟାନେଲ୍‌ ନିକଟରେ ଚାଲିଛି ।

Akshay-3

ଫିଲ୍ମର ସୁଟିଂ ପାଇଁ ଅକ୍ଷୟ ଓ ସାରା ଗତକାଲି ବିଳମ୍ବିତ ରାତିରେ ଫତେହାବାଦ ହୋଟେଲ ଆଇଟିସିରେ ପହଞ୍ଚି ଯାଇଥିଲେ । ଏଥିପୂର୍ବରୁ ମଧ୍ୟ ଅକ୍ଷୟ ୨୦୧୭ରେ ଫିଲ୍ମ ଟଏଲେଟ୍‌ ଏକ ପ୍ରେମ କଥାର ପ୍ରମୋଶନ୍‌ ପାଇଁ ଆଗ୍ରା ଆସିଥିଲେ । ସେତେବେଳେ ତାଙ୍କ ସହ ଅଭିନେତ୍ରୀ ଭୂମି ପେଡେନକର ମଧ୍ୟ ଥିଲେ ।

AKSHYA KUMAR

ଆଜି ସାଙ୍ଗରେ ଅଛନ୍ତି ସାରା ଅଲ୍ଲୀ ଖାନ୍‌ । ସୁଟିଂ ପାଇଁ ରୟାଲ୍‌ ଗେଟ୍‌ ରାସ୍ତା ବନ୍ଦ କରିଦିଆଯାଇଛି । କାରଣ ପୂର୍ବରୁ ସୁଟିଂ ପାଇଁ ସକାଳ ସମୟର ସମସ୍ତ ଟିକେଟ୍‌ ସ୍ଲଟ୍‌ ଫିଲ୍ମ ୟୁନିଟ୍‌ ପକ୍ଷରୁ ବୁକ୍‌ କରିଦିଆଯାଇଥିଲା ବୋଲି ଏଏସ୍‌ଆଇ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.