Below header

ଭାରତ- ଅଷ୍ଟ୍ରେଲିଆ : ଦ୍ବିତୀୟ ଟେଷ୍ଟର ସର୍ବଶ୍ରେଷ୍ଠ ଖେଳାଳିକୁ ମିଳିବ ସ୍ବତନ୍ତ୍ର ମେଡାଲ, କ୍ରିକେଟ ଅଷ୍ଟ୍ରେଲିଆ କଲା ଘୋଷଣା

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୨୬ ଡିସେମ୍ବରକୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ଟେଷ୍ଟ ମ୍ଯାଚ। ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ କ୍ରିକେଟ ମ୍ଯାଚରେ ସର୍ବଶ୍ରେଷ୍ଠ ଖେଳାଳି ଅର୍ଥାତ୍ ମ୍ଯାନ୍ ଅଫ୍ ଦ ମ୍ଯାଚ୍ ଭାବେ ଜନି ମୁଲାଗ ପଦବୀରେ ସମ୍ମାନିତ କରାଯିବ।

ଜନି ମୁଲାଗ ବିଦେଶ ଯାତ୍ରା କରିଥିବା ପ୍ରଥମ ଅଷ୍ଟ୍ରେଲିଆ ଟିମ୍ ର ଅଧିନାୟକ ଥିଲେ। ତାଙ୍କ ଅଧିନାୟକତ୍ବରେ ୧୮୬୮ରେ ଟିମ୍ ବ୍ରିଟେନ ଯାଇଥିଲା। କ୍ରିକେଟ ଅଷ୍ଟ୍ରେଲିଆ ନିଜର ଟ୍ବିଟର ହ୍ଯାଣ୍ଡେଲରେ ସେୟାର କରିଛି। ବକ୍ସିଂ ଡେ ଟେଷ୍ଟରେ ସର୍ବଶ୍ରେଷ୍ଠ ଖେଳାଳିକୁ ମୁଲାଗ ପଦକରେ ସମ୍ମାନିତ କରାଯିବ। ଯାହାର ନାମ ପ୍ରସିଦ୍ଧ ଖେଳାଳି ଜନି ମୁଲାଗଙ୍କ ନାମରେ ରଖାଯାଇଛି।

ମୁଲାଗଙ୍କ ପ୍ରକୃ‌ତ ନାମ ଉନାରିମିନ ରହିଥିଲା। ଯିଏକି ୧୮୬୮ରେ ଟିମ୍ ର ନେତୃତ୍ବ ନେଇଥିଲେ। ଏହି ସମୟରେ ୪୭ ମ୍ଯାଚରୁ ୪୫ଟି ଖେଳିଥିଲେ। ସେ ପାଖାପାଖି ୧୬୯୮ ରନ୍ ମଧ୍ୟ କରିଥିଲେ। ୧୮୭୭ ଓଭର ମଧ୍ୟ ସେ ପକାଇଥିଲେ। ଯେଉଁଥିରେ ୮୩୧ ମେଡେନ ଓଭର ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.