Below header

ବିହାରରେ ତିଆରି ହେଲା ଦେଶର ଦ୍ୱିତୀୟ ଗ୍ଲାସ୍‌ ବ୍ରିଜ୍‌, ଦେଖନ୍ତୁ ଏହାର କେତେକ ସୁନ୍ଦର ଫଟୋ

ଦେଶର ଦ୍ୱିତୀୟ ତଥା ପୂର୍ବୋତ୍ତର ଭାରତର ପ୍ରଥମ ଗ୍ଲାସ୍‌ ବ୍ରିଜ୍‌ ବିହାରରେ ନିର୍ମିତ ହୋଇଛି। ପର୍ଯ୍ୟଟକଙ୍କ ପାଇଁ ଖୁବ୍‌ଶୀଘ୍ର ଖୋଲିବ। ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ରାଜଗିରର ନେଚର ସଫାରୀରେ ଏହି ଗ୍ଲାସ୍‌ ବ୍ରିଜ୍‌ ତିଆରି ହୋଇଛି। ରାଜଗିର ନେଚର ସଫାରୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଡ୍ରିମ୍‌ ପ୍ରୋଜେକ୍ଟ। ଏହି ଗ୍ଲାସ୍‌ ବ୍ରିଜ୍‌ ୨୦୦ ଫୁଟ୍‌ ଉଚ୍ଚା, ୮୫ ଫୁଟ୍‌ ଲମ୍ବା ଓ ୬ ଫୁଟ୍‌ ଚଉଡ଼ା। ଏହି ବ୍ରିଜ୍‌ ଉପରେ ଥରକରେ ୪୦ ଜଣ ଯାତାୟାତ କରିପାରିବେ।

bridge3

ରାଜଗିର ନେଚର ସଫାରୀରେ ନିର୍ମିତ ଏହି ଗ୍ଲାସ୍‌ ବ୍ରିଜ୍‌ ଚୀନ୍‌ର ହାଂଗଝୋଉ ବ୍ରିଜ୍‌ ଢାଞ୍ଚାରେ ତିଆରି ହୋଇଛି। ଏହି ଗ୍ଲାସ୍‌ ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ନେଚର ସଫାରୀ କାମ ସରିନାହିଁ। ଶନିବାର ପ୍ରୋଜେକ୍ଟର ନିର୍ମାଣ କାମ ଦେଖିବାକୁ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ମାର୍ଚ୍ଚ ୨୦୨୧ ଭିତରେ କାମ ସରିଯିବ। ଏହା ପରେ ସଫାରୀର ମଜା ଉଠାଇବା ପାଇଁ ପର୍ଯ୍ୟଟକ ଏଠାକୁ ଆସିପାରିବେ।

bridge

 

ବିହାରର ରାଜଗିରର ଏହି ନେଚର ସଫାରୀ ୫୦୦ ଏକର ଜାଗାରେ ବୁଦ୍ଧମାର୍ଗ ମଝିରେ ତିଆରି ହୋଇଛି। ଏହି ନେଚର ସଫାରୀରେ ଗ୍ଲାସ୍‌ ବ୍ରିଜ୍‌ ବ୍ୟତୀତ ଜୁ ସଫାରୀ ମଧ୍ୟ ରହିଛି। ପର୍ଯ୍ୟଟକ ଏଠାରେ ରୋପ୍‌ ୱେ ସାଇକେଲିଂ ମଧ୍ୟ କରିପାରିବେ।

bridge4

ପ୍ରକାଶ ଯେ, ଦେଶର ପ୍ରଥମ ଗ୍ଲାସ୍‌ ବ୍ରିଜ୍‌ ଉତ୍ତରାଖଣ୍ଡ ଋଷିକେଶରେ ତିଆରି ହୋଇଛି। ଏହାର ନାଁ ରହିଛି ‘ଲକ୍ଷଣ ଝୁଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.