ଚାଷୀ ଆନ୍ଦୋଳନରେ ସାମିଲ ହେବା ପାଇଁ ୬୦ ବର୍ଷୀୟ ଵୃଦ୍ଧ ଚଲାଇଲେ ୧୧ ଦିନ ପର୍ଯ୍ଯନ୍ତ ସାଇକେଲ, ଅତିକ୍ରମ କଲେ ହଜାରେ କିଲୋମିଟର

କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ହରିୟାଣା ସୀମାରେ ଗତ କେତେ ଦିନ ହେଲାଣି ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନକୁ ଦେଶର ବିଭିନ୍ନ ରାଜ୍ଯର ଚାଷୀ ମଧ୍ୟ ସମର୍ଥନ କରୁଛନ୍ତି। ଏହା ଭିତରେ ବିହାରର ସିବାନା ଜିଲ୍ଲାରୁ ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଚାଷୀ ଆନ୍ଦୋଳନରେ ସାମିଲ ହେବା ପାଇଁ ସିବାନା ଜିଲ୍ଲାର ଜଣେ ୬୦ ବର୍ଷୀୟ ବୟସ୍କ ବ୍ଯକ୍ତି ୧୧ ଦିନରେ ହଜାର କିମି ବାଟ ଅତିକ୍ରମ କରି ଟିକିରୀ ବର୍ଡରରେ ପହଞ୍ଚିଛନ୍ତି।

ବିହାରର ସିବାନା ଜିଲ୍ଲାର ସତ୍ଯମେବ ମାଞ୍ଜୀ, ଯାହାଙ୍କ ବୟସ ୬୦ ବର୍ଷ। ଚାଷୀ ଆନ୍ଦୋଳନରେ ସାମିଲ ହେବେ ବୋଲି ୧୧ ଦିନ ଧରି ସାଇକେଲ ଚଲାଇ ୧ ହଜାର କିମି ରାସ୍ତା ପାର୍ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି। ଦିଲ୍ଲୀ-ହରିଆନା ସ୍ଥିତ ଟିକିର ବର୍ଡରେ ପହଞ୍ଚି କୃଷି ଆଇନକୁ ବିରୋଧ ମଧ୍ୟ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ଯର କଥା, ଏତେ ଥଣ୍ଡାରେ ୬୦ ବର୍ଷୀୟ ଜଣେ ବ୍‌ଦ୍ଧ କିପରି ୧ହଜାର କିମି ସାଇକେଲ ଚଲାଇପାରିଲେ। ସେ ସେଠାରେ ପହଞ୍ଚି କୃଷି ଆଇନକୁ ବିରୋଧ କରି ସରକାର ଏହାକୁ ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି। ଆଉ ଯେତେଦିନ ପର୍ଯ୍ଯନ୍ତ ଏହି ଆନ୍ଦୋଳନ ଚାଲେ, ସେପର୍ଯ୍ଯନ୍ତ ସେ ଏଠାରେ ରହିବେ।

ଚାଷୀ ଆନ୍ଦୋଳନକୁ ଏପର୍ଯ୍ଯନ୍ତ ୨୫ ଦିନ ବିତିଗଲାଣି। କୃଷି ଆଇନକୁ ବିରୋଧ କରି ଅନେକ ଚାଷୀଙ୍କ ଜୀବନ ମଧ୍ୟ ଗଲାଣି। ଚାଷୀ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଫେରାଇବାକୁ ଦାବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.