Below header

ଘରକୁ କାମ କରିବାକୁ ଆସୁଥିବା ମେଡ ଛୁଟିରେ, କ୍ୟାଟ୍ରିନା ଓ କାର୍ତ୍ତିକ ଧୋଉଛନ୍ତି ଘରର ଗଦା ଗଦା ବାସନ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ଲକଡାଉନ ଯୋଗୁ ପୂରା ଦେଶ ସେଲ୍ଫ ଆଇସୋଲେଶନରେ ରହିଛି । ଏଭଳି ସ୍ଥିତିରେ ସମସ୍ତେ ନିଜ ନିଜ ଘରେ ବସି କାମ କରୁଛନ୍ତି । ଏପରିକି, ଘରକୁ କାମ କରିବାକୁ ଆସୁଥିବା ମେଡ ମଧ୍ୟ ଛୁଟିରେ । ତେଣୁ ଏବେ ବଲିଉଡ ଷ୍ଟାରମାନଙ୍କୁ ଘରେ ବାସନ ନିଜେ ଧୋଇବାକୁ ପଡୁଛି । ଏ ନେଇ କ୍ୟାଟ୍ରିନା କୈଫ ଓ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ଗୋଟିଏ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେମାନେ ବାସନ ଧୋଉଥିବା ନଜର ଆସୁଛନ୍ତି ।

 

View this post on Instagram

 

🍽 +🧽=🙂🏠 really makes u appreciate all the help we have at home #socialdistancing #staysafe #helpoutathome

A post shared by Katrina Kaif (@katrinakaif) on

କ୍ୟାଟ୍ରିନା କହିଛନ୍ତି, ଘରକୁ କାମ କରିବାକୁ ଆସୁଥିବା ଲୋକ ବର୍ତ୍ତମାନ ସେଲ୍ଫ ଆଇସୋଲେଶନରେ ଅଛନ୍ତି । ତେଣୁ ମୁଁ ଓ ମୋ ଭଉଣୀ ଇଜାବେଲ ଘରେ ବାସନ ଧୋଇବାକୁ ନିଷ୍ପତ୍ତି ନେଲୁ । ମୁଁ ଭାବିଲି, ଟିକେ ପ୍ରଫେସନାଲ ଟ୍ୟୁଟୋରିଆଲ ଭଳି କରିବୁ। ଏହି ଭିଡିଓରେ ସେ ବାସନ ଧୋଇବାର ଠିକ ତରିକା ବତାଇଛନ୍ତି । ସେହିପରି କାର୍ତ୍ତିକ ଲେଖିଥିଲେ, ଘର ଘର କି କାହାନି।

 

View this post on Instagram

 

Kahaani Ghar Ghar Ki…. #Repost @dr.kiki_ Dont mistake this for Quarantine This is the usual scene at home @kartikaaryan 😘

A post shared by KARTIK AARYAN (@kartikaaryan) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.