Below header

ଘରେ ଅଛନ୍ତି ତ? ଏବେ ସବୁଠାରୁ ଜରୁରୀ ଇଣ୍ଟରନେଟ୍‌ ସେବା ଓ ଅନ୍‌ଲାଇନ୍‌ କାର୍ଯ୍ୟ

ଆଜିଠାରୁ ସାରା ଓଡ଼ିଶା ହେବ ଲକ୍‌ଡାଉନ୍‌ । ସବୁ ଠପ୍‌ ହୋଇଯିବ । ସହର ଠାରୁ ଗାଁ ଗଣ୍ଡା ହୋଇଯିବ ଶୂନ୍‌ଶାନ୍‌ । ଲୋକମାନଙ୍କୁ ନିଜ ଘରେ ରହିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଗତକାଲି ଆମେ କିଛି ପରାମର୍ଶ ଦେଇଥିଲୁ ଘରେ ରହି କଣ କରିବେ । ଏହି ଲେଖାକୁ ନେଇ ଆପଣମାନଙ୍କ ପ୍ରତିକ୍ରିୟା ମଧ୍ୟ ବିପୁଳ ପରିମାଣରେ ଆସିଛି । ସମସ୍ତଙ୍କୁ ଏଥିପାଇଁ କେ ନ୍ୟୁଜ୍‌ ତରଫରୁ ଧନ୍ୟବାଦ ଜଣାଉଛୁ ।

ଆମେ ପରିସ୍ଥିତିର ଦାସ

ଏବେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କଥା ଆପଣମାନଙ୍କୁ ଜଣାଇବୁ । ଯାହାଫଳରେ ଆପଣମାନେ ଘରେ ରହିଲେ ବି ବିଶେଷ ଅସୁବିଧାର ସାମନା କରିବେ । ନାହିଁ ଅବଶ୍ୟ ଏକଥା ସତ, ଯେତେ ବ୍ୟବସ୍ଥା କରାଗଲେ ମଧ୍ୟ ସ୍ୱାଧୀନ ମଣିଷଟି ଗୃହବନ୍ଦୀ ହୋଇ ରହିଲେ ତାର ମାନସିକତା ଭିନ୍ନ ରୂପ ନିଏ । ହେଲେ ପରିସ୍ଥିତି ଆଗରେ ଆମେ ସମସ୍ତେ ଦାସ । ଆମକୁ ଏଭଳି ସ୍ଥିତି ଦେଇ ଗତି କରିବାକୁ ହେବ । ସେଥିପାଇଁ ପରିସ୍ଥିତି ସହ ଖାପଖୁଆଇବାକୁ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡ଼ିବ ।

ଏବେ ଘରେ ହେଉଛି ଅଫିସ୍‌

ବର୍ତ୍ତମାନର ଆଧୁନିକ ଯୁଗରେ ଆମ ପାଖରେ ଇଣ୍ଟରନେଟ୍‌ ସେବାର ସୁବିଧା ରହିଛି । ଅଧିକାଂଶ ଲୋକଙ୍କ ଘରେ ଲାପ୍‌ଟପ୍‌, ଡେସ୍କଟପ୍‌ ଏବଂ ଟାବଲେଟ୍‌ ସମେତ ଦାମୀ ମୋବାଇଲ୍‌ ମଧ୍ୟ ଅଛି । କରୋନା ବ୍ୟାପିବା ପରେ ଅଧିକାଂଶ ଲୋକ ଘରେ ରହି ଅଫିସ୍‌ କାମ କରୁଛନ୍ତି । କିଛି ଲୋକ ଏଭଳି କାମରେ ଅଭ୍ୟସ୍ତ ଥିବେ ଆଉ କିଛି ଲୋକଙ୍କ ପାଇଁ ଏହା ଏକଦମ୍‌ ନୂଆ । ତେବେ ଅଳ୍ପଦିନ କାମ କରିବା ପରେ ଆପଣ ବି ଏଥିରେ ଅଭ୍ୟସ୍ତ ହୋଇଯିବେ ।

WORK FROM HOME-1

ପିଲାଙ୍କ ପାଠ ପଢ଼ା

ତେବେ ସବୁଠାରୁ ବଡ଼ କଥା ହେଉଛି ପିଲାମାନଙ୍କର ପାଠପଢ଼ା । ଯାହା ଏବେ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଅବଶ୍ୟ କିଛି ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍‌ରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି । ଏମିତିକି ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ ହୋଇ ପାରିବ । ଯେଉଁମାନଙ୍କ ପାଇଁ ଅନ୍‌ଲାଇନ୍‌ ସୁବିଧା ନାହିଁ ସେମାନଙ୍କୁ ବାପା ମାଆମାନେ ଅତି ଆକଟ ନକରି ସ୍କୁଲ ଭଳି ହୋମ୍‌ଓ୍ଵାର୍କ ଦେଇ ଖେଳରେ ଖେଳରେ ପଢ଼ାଇ ପାରିବେ ।

ONLINE STUDY

ସେହିଭଳି ରନ୍ଧା ଖାଦ୍ୟ ଏବଂ ଗ୍ରୋସରୀ ଆଦି ମଧ୍ୟ ଅନ୍‌ଲାଇନ୍‌ ଅର୍ଡ଼ର କଲେ ମିଳୁଛି । ଯେଉଁମାନଙ୍କର ଏସବୁ ଅତ୍ୟନ୍ତ ଆବଶ୍ୟକ ସେମାନେ ଏଥିରୁ ଫାଇଦା ଉଠାଇ ପାରିବେ । ତେବେ ଏସବୁକୁ ସରକାର ଶୃଙ୍ଖଳିତ କରିବା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ । ଠିକ୍‌ ଢଙ୍ଗରେ ବ୍ୟବସ୍ଥା ହେଲେ ଘରେ ରହୁଥିବା ଲୋକମାନଙ୍କ ପାଇଁ ସସମ୍ୟା ରହିବ ନାହିଁ । ସେମାନଙ୍କୁ ବାହାରକୁ ବାହାରିବାରୁ ରୋକି ହେବ ।

ସ୍ୱାସ୍ଥ୍ୟସେବା ବି ମିଳୁଛି ଅନ୍‌ଲାଇନ୍‌ରେ

ସେହିଭଳି ଆଉ ଏକ ବଡ଼ କଥା ହେଉଛି ସ୍ୱାସ୍ଥ୍ୟସେବା । ଆମେ ଯାହା ପରଖିଛୁ ବିଭିନ୍ନ ବେସରକାରୀ ହସପିଟାଲରେ ଏବେ କେବଳ ଗୁରୁତର ରୋଗୀମାନଙ୍କୁ ଆଡମିଟ୍‌ କରାଯାଉଛି । ରୋଗୀଙ୍କ ସହ ଜଣେରୁ ଅଧିକ ସମ୍ପର୍କୀୟମାନଙ୍କୁ ହସପିଟାଲ ଭିତରକୁ ଯିବା ଲାଗି ବାରଣ କରାଯାଉଛି । ନିୟମିତ ରୋଗୀ ଏବଂ ସାମାନ୍ୟ ଅସୁସ୍ଥ ରୋଗୀଙ୍କୁ ତୁରନ୍ତ ଚିକିତ୍ସା କରି ଛାଡ଼ି ଦିଆଯାଉଛି । ତେଣୁ ଏଭଳି ରୋଗୀମାନେ ମଧ୍ୟ ଅନ୍‌ଲାଇନ୍‌ ବ୍ୟବସ୍ଥା ଥିବା ହସପିଟାଲର ଡାକ୍ତରମାନଙ୍କ ସହିତ ଯୋଗାଯୋଗ କରି ପରାମର୍ଶ ନେବା ସହ ଔଷଧ ଖାଇ ପାରିବେ ।

HEALTH CARE

ଇଣ୍ଟରନେଟ୍‌ ପ୍ରୋଭାଇଡରଙ୍କ ଗୁରୁ ଦାୟିତ୍ୱ

ବର୍ତ୍ତମାନ ଲକ୍‌ଡାଉନ୍‌ ସମୟରେ ରାଜ୍ୟ ସରକାର ଯଦି ଏସବୁ କ୍ଷେତ୍ରକୁ ବ୍ୟବସ୍ଥିତ କରିବା ସହ ଇଣ୍ଟରନେଟ୍‌ ପ୍ରୋଭାଇଡର୍‌ମାନେ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତେ ତେବେ ଅନେକ ସମସ୍ୟା ସହଜରେ ଦୂର ହୋଇ ପାରିବ । ଆମ ପାଖରେ ଯାହା ସୂଚନା ରହିଛି, ଘରେ କାମ କରୁଥିବା ଲୋକଙ୍କ ପାଇଁ କିଛି ଇଣ୍ଟରନେଟ୍‌ ପ୍ରୋଭାଇଡର୍‌ ସ୍ୱତନ୍ତ୍ର ପ୍ୟାକେଜ୍‌ ଦେଉଛନ୍ତି । ସେହିଭଳି ପାଠ ପଢୁଆ ପିଲା ଏବଂ ପୂରା ପରିବାର ପାଇଁ ମଧ୍ୟ ସ୍ପେସାଲ ପ୍ୟାକେଜ୍‌ ଏବଂ ରିହାତି ମୂଲ୍ୟରେ ଇଣ୍ଟରନେଟ୍‌ ସେବା ଯୋଗାଇ ଦେଲେ ଅନେକ ସୁବିଧା ହେବ ।

କାରଣ ଏଇ ଇଣ୍ଟରନେଟ୍‌ ଜରିଆରେ ସାରା ବିଶ୍ୱ ଯୋଡ଼ି ହୋଇ ରହିଛି । ଏହାର ସଠିକ୍‌ ଓ ଉପଯୁକ୍ତ ଫାଇଦା ନେବାର ବେଳ ଏବେ ଆସିଛି । ହେଲେ ଗତକାଲି ମଧ୍ୟ କହିଥିଲୁ, ପୁଣିଥରେ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଓ ଗୁଜବ ମଧ୍ୟ ସାମନାକୁ ଆସୁଛି । ଏହାକୁ ଭଲ ଭାବେ ପରଖି ନେବା ଦରକାର । ଆହୁରି ମଧ୍ୟ ଆପଣମାନେ ବି ଏଭଳି କିଛି ଗୁଜବ କିମ୍ବା ଫେକ୍‌ ନ୍ୟୁଜ୍‌କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ କି ପ୍ରସାର କରନ୍ତୁ ନାହିଁ ।

INTERNET-3

ବୋର୍‌ ଲାଗିଲେ ସାଙ୍ଗ ଓ ସମ୍ପର୍କୀୟଙ୍କ ସହ ଭିଡିଓ କଲ୍‌ କରି କଥା ହୁଅନ୍ତୁ । ପିଲାମାନଙ୍କ ଗୀତ ଗାଇବା, ଅଭିନୟ କିମ୍ବା ସେହିଭଳି କିଛି ପ୍ରତିଭାକୁ ରେକର୍ଡ଼ିଂ କରି ଅନ୍ୟମାନଙ୍କ ନିକଟକୁ ପଠାନ୍ତୁ । ସବୁ ବେଳେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । ଦେଖିବେ ଅନେକ ସମସ୍ୟାର ସମାଧାନ ହୋଇ ପାରିବ ।

EXTRA-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.