Below header

ବାଲେଶ୍ୱର: ଲକ ଡାଉନ ନିୟମ ଉଲଂଘନ କରି ଗିରଫ ହେଲେ ଦୁଇ ଜଣ

ବାଲେଶ୍ୱର: କରୋନା ସତର୍କତା ପାଇଁ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ଲକଡାଉନ ଘୋଷଣା କରାଯାଇଛି। ଏଥିପାଇଁ ବାଲେଶ୍ୱର ସହରରେ ୧୦ଟି ବୁକିଂ ପଏଣ୍ଟ କରାଯାଇ ସହର ଭିତରକୁ ଓ ବାହାରକୁ କାହାରିକୁ ମଧ୍ୟ ଛଡା ଯାଉନାହିଁ। ଆଜି ୨ ଜଣ ନିୟମ ଉଲଂଘନକାରିଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଜଣ ହେଲେ ବାଲେଶ୍ୱର ସହର ମୋତିଗଞ୍ଜ ଅଂଚଳର ଜଣେ ଷ୍ଟେସନାରି ଦୋକାନି ଓ ଆକତପୁର ଅଂଚଳର ଜଣେ ଗ୍ୟାରେଜ ମାଲିକ। ସହର ସାରା ଲୋକଙ୍କୁ ସଚେତନ କରାଯାଉଛି। ସହର ମଧ୍ୟକୁ କୌଣସି ଗାଡିକୁ ଛଡାଯାଉ ନାହି। ସମଗ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇଜଣ ଅତିରିକ୍ତ ଆରକ୍ଷି ଅଧିକ୍ଷକ ଏବଂ ୪ ଜଣ ଅତିରିକ୍ତ ଏସପି ଓ ଡିଏସପି ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିଭଳି ବାଲେଶ୍ୱର ସହର ଫାଣ୍ଡିଛକରେ ଜବରଦଖଲରେ ଥିବା ଫଳ ମାର୍କେଟକୁ ଉଚ୍ଛେଦ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.