କରୋନା ଯୋଗୁଁ ଏହି ଗରିବ ବ୍ୟକ୍ତି ରାତାରାତି ହୋଇଗଲେ କୋଟିପତି, ଜାଣନ୍ତୁ କଣ ଥିଲା ସମ୍ପୂର୍ଣ୍ଣ ଘଟଣା

ସାରା ବିଶ୍ଵରେ ଏବେ କରୋନାକୁ ନେଇ ଆତଙ୍କ ଦେଖା ଦେଇଥିବା ବେଳେ ହଜାର ହଜାର ଲୋକ ଏଥିରେ ମୃତ୍ୟୁବରଣ କରିସାରିଲେଣି । ଏହାଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଯେଉଁଥିପାଇଁ ସରକାର ବାଧ୍ୟହୋଇ ଦେଶର ଅଧିକାଂଶ ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି । ଲୋକମାନେ ସହର ଛାଡି ନିଜ ନିଜ ଗ୍ରାମକୁ ପଳାଉଛନ୍ତି । ଏହାଦ୍ୱାରା ଲୋକମାନେ ରୋଜଗାର ହରାଇ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ତେବେ ଏହାମଧ୍ୟରେ କରୋନା ଭାଇରସ ଯୋଗୁଁ ଜଣେ କାରପେଣ୍ଟରଙ୍କ ଭାଗ୍ୟ ବଦଳି ଯାଇଛି । ଜଣେ ଦରିଦ୍ରରୁ ସେ ପାଲଟି ଯାଇଛନ୍ତି କାରୋଡ଼ପତି । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ସୂଚନା ଅନୁଯାୟୀ ଇଜାରୁଲ ନାମକ ଜଣେ କାରପେଣ୍ଟର କେରଳରେ ବଢ଼େଇ କାମକରି ଦୈନିକ ୧୦୦୦ ଟଙ୍କା ରୋଜଗାର କରନ୍ତି । ତେବେ କରୋନା ଯୋଗୁଁ ସେ କେରଳରେ ନିଜ କାମଧନ୍ଦା ଛାଡି ଗାଁକୁ ପଳାଇ ଆସିଥିଲେ । ଚାକିରୀ ଯିବା କାରଣରୁ ସେ ବହୁତ ଚିନ୍ତିତ ମଧ୍ୟ ରହୁଥିଲେ । ତେବେ କରୋନା ପାଇଁ ଏଭଳି ପରିସ୍ଥିତି ମଧ୍ୟରେ ସେ ଏକ ଲଟେରୀ ଟିକେଟ କିଣିଥିଲେ ଯାହାର ରେଜଲ୍ଟ ଗତକାଲି ଆସିଛି । ଅଚାନକ ଏହି ଲଟେରୀ ତାଙ୍କ ଭାଗ୍ୟ ବଦଳାଇ ଦେଇଛି ଏବଂ ବର୍ତ୍ତମାନ ସେ ହୋଇଯାଇଛନ୍ତି ଜଣେ କୋଟିପତି ବୋଲି କହିଛନ୍ତି ଇଜାରୁଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.