Below header

ଆସନ୍ତା ଅକ୍ଟୋବରରେ ଆସିବ ‘କେଜିଏଫ ୨’, ଖଳନାୟକ ଭୂମିକାରେ ନଜର ଆସିବେ ସଞ୍ଜୟ ଦତ୍ତ

ସାଉଥ ଫିଲ୍ମ ପସନ୍ଦ କରୁଥିବା ଫ୍ୟାନଙ୍କ ପାଇଁ ଖୁସି ଖବର। ସାଉଥ ସୁପରଷ୍ଟାର ୟଶଙ୍କ ଅପକମିଙ୍ଗ ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୨’ ରିଲିଜ ତାରିଖ ପ୍ରଯୋଜକ ଘୋଷଣା କରିଛନ୍ତି। ଏହି ଫିଲ୍ମ ଆସନ୍ତା ଅକ୍ଟୋବରରେ ରିଲିଜ ହେବ। ଏହା ସହିତ ଫିଲ୍ମର ଏକ ପୋଷ୍ଟର ଜାରି କରାଯାଇଛି। ଯେଉଁଥିରେ ୟଶ ଡାହାଣ ହାତରେ ବନ୍ଧୁକ ଧରିଥିବା ନଜର ଆସିଛନ୍ତି। ପୋଷ୍ଟରରେ ‘ମେଁ ଆଇ କମ୍‌ ଇନ…’ ଲେଖାଯାଇଛି।

kgf

‘କେଜିଏଫ ୨’ ଫିଲ୍ମ କନ୍ନଡ, ତେଲୁଗୁ, ତାମିଲ, ମାଲାୟଲମ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନୀଲ କରୁଛନ୍ତି। ଏହି ଫିଲ୍ମରେ ୟଶଙ୍କ ବ୍ୟତୀତ ଶ୍ରୀନିଧି ସେଟ୍ଟୀ, ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ ଭଳି କଳାକାର ନଜର ଆସିବେ। ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିବେ।

ସୂଚନାଯୋଗ୍ୟ, ଫିଲ୍ମ ‘କେଜିଏଫ୍‌’କୁ ଅନେକ ଦର୍ଶକ ପସନ୍ଦ କରିଥିଲେ। ତେଣୁ ଏହାର ଦ୍ୱିତୀୟ ଭାଗକୁ ଦର୍ଶକେ ବେଶ ଉତ୍କଣ୍ଠାର ସହ ଚାହିଁ ବସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.