Below header

ଅଭିନୟ ପରେ ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ଡେବ୍ୟୁ କଲେ କ୍ରିତି ସାନନ, ଲଞ୍ଚ କଲେ ନୂଆ ପ୍ରଡକ୍ସନ ହାଉସ

ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଛନ୍ତି ଅଭିନେତ୍ରୀ କ୍ରିତି ସାନନ। କ୍ରିତି ବ୍ଲୁ ବଟରଫ୍ଲାଏ ନାମକ ଏକ ପ୍ରଡକ୍ସନ ହାଉସ ଲଞ୍ଚ କରିଛନ୍ତି । କ୍ରିତି ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ବଲିଉଡରେ ନିଜର ଅଭିନୟ ଜରିଆରେ ପ୍ରାୟ ୯ ବର୍ଷ ହେବ ସମସ୍ତଙ୍କ ମନ ଜିଣିଛନ୍ତି ଅଭିନେତ୍ରୀ କ୍ରିତି ସାନନ। ସବୁବେଳେ କିଛି ନୂଆ କରିବାକୁ ଚାହୁଁଥିବା କ୍ରିତି ଏବେ ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଛନ୍ତି । କ୍ରିତି ବ୍ଲୁ ବଟରଫ୍ଲାଏ ନାମକ ଏକ ପ୍ରଡକ୍ସନ ହାଉସ ଲଞ୍ଚ କରିଛନ୍ତି ।

କ୍ରିତି ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । କ୍ରିତି ସେୟାର କରିଥିବା ଭିଡିଓରେ ପ୍ରଡକ୍ସନ ହାଉସର ଲୋଗୋ ସହିତ ନାଁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହା କ୍ରିତିଙ୍କ କ୍ୟାରିଅରକୁ ଆଗକୁ ନେବ ବୋଲି ଅନେକ ସେଲିବ୍ରିଟି ଶୁଭକାମନା ଜଣାଇଛନ୍ତି । କ୍ରିତିଙ୍କ ପୋଷ୍ଟରେ ବରୁଣ ଧଓ୍ଵନ, ରିତେଶ ଦେଶମୁଖ, କ୍ରିତି ଖରବନ୍ଦା ପ୍ରମୁଖ କମେଣ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

 

View this post on Instagram

 

A post shared by Kriti (@kritisanon)

କ୍ରିତି ପ୍ରାୟ ୯ ବର୍ଷ ହେବ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି । ୨୦୧୪ରେ ଫିଲ୍ମ ହିରୋପନ୍ତିରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ କ୍ରିତି । ଏହି ଫିଲ୍ମରେ କ୍ରିତିଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଏହାପରେ ବଲିଉଡରେ କ୍ରିତି ‘ବରେଲି କି ବର୍ଫି’, ଲୁକା ଛୁପି, ଦିଲ୍ବାଲେ, ହାଉସଫୁଲ ୪’ ଭଳି ଫିଲ୍ମରେ କାମ କରିସାରିଛନ୍ତି।

କ୍ରିତି ନିଜ ଆକ୍ଟିଂ କ୍ୟାରିଅରରେ ଅଭିନେତା ବରୁଣ ଧଓ୍ଵନ, ଶାହରୁଖ ଖାନ, ଟାଇଗର ଶ୍ରଫଙ୍କ ପରି ସୁପରଷ୍ଟାରଙ୍କ ସହ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.