Below header

ସାମ୍ନାକୁ ଆସିଲା କ୍ରିତି ଓ ପୁଲକିତଙ୍କ ବିବାହ କାର୍ଡ, ଖୁବ୍‌ ଶୀଘ୍ର ମ୍ୟାରେଜ୍‌ କରିବେ ଏହି କପଲ 

ପୁଲକିତ ଏବଂ କ୍ରିତି ଅନେକ ଦିନ ହେବ ପରସ୍ପରକୁ ଡେଟ କରୁଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ରିତି ଏବଂ ପୁଲକିତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏବଂ ସେମାନଙ୍କ ବିବାହ କାର୍ଡ ଖୁବ୍‌ ଭାଇରାଲ ହେଉଛି ।

ବଲିଉଡର ପପୁଲାର କପଲ ମଧ୍ୟରୁ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ଅନ୍ୟତମ । ଏହି ଇଣ୍ଡଷ୍ଟ୍ରୀରେ ସମୟ ସହିତ ସେମାନଙ୍କର ସମ୍ପର୍କ ମଜବୁତ ହୋଇଛି । ପୁଲକିତ ଏବଂ କ୍ରିତି ଅନେକ ଦିନ ହେବ ପରସ୍ପରକୁ ଡେଟ କରୁଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ରିତି ଏବଂ ପୁଲକିତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏବଂ ସେମାନଙ୍କ ବିବାହ କାର୍ଡ ଖୁବ୍‌ ଭାଇରାଲ ହେଉଛି । କାର୍ଡ ଦେଖିବା ପରେ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି ଏବଂ ସେମାନେ ଏହି ଦମ୍ପତିଙ୍କ ବିବାହ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ଏମାନଙ୍କ ମ୍ୟାରେଜ୍‌ କାର୍ଡ ଜୋରସୋର ଭାଇରାଲ ହେବାରେ ଲାଗିଛି, ଯାହା ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛି । ଏହି କାର୍ଡଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ instantbollywood ସେୟାର କରାଯାଇଛି ।
କ୍ରିତି ଓ ପୁଲକିତଙ୍କ ବିବାହ କାର୍ଡ ବିଷୟରେ କହିବାକୁ ଗଲେ, ସେଥିରେ ସେମାନଙ୍କ ଭଲ ପାଇବା, ମ୍ୟୁଜିକ୍‌ ଓ ଏକ ସୁନ୍ଦର ଭ୍ୟୁ ଦେଖିବାକୁ ମିଳିଛି । ଏହି କାର୍ଡ ଦେଖିବା ପରେ ସମସ୍ତେ କେବଳ Aww କହୁଛନ୍ତି । ତେବେ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟଙ୍କ ବିବାହ କାର୍ଡରେ ଦୁଇ ଜଣ ଚେୟାରରେ ବସିଥିବାର ନଜର ଆସିଛନ୍ତି । ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯେ ପୁଲକିତ ବାଲକୋନୀରେ ବସିଛିନ୍ତି ଓ ହାତରେ ଗିଟାର ଧରିଛନ୍ତି ଏବଂ କ୍ରିତି ମଧ୍ୟ ତାଙ୍କ ସହ ସେଠାରେ ବସିଛନ୍ତି । ଏହା ସହ ତାଙ୍କ ଚାରିପାଖରେ ତାଙ୍କର କୁକୁରମାନେ ଅଛନ୍ତି । ତେବେ ଏହା କାର୍ଡରେ ଲେଖା ହୋଇଛି ଯେ ନିଜ ଲୋକଙ୍କ ସହ ସେଲିବ୍ରେସନ୍‌ କରିବାକୁ ଅପେକ୍ଷା କରିପାରୁ ନାହୁଁ । ଲଭ୍‌ ପୁଲକିତ ଓ କ୍ରିତି ।
ପୁଲକିତ ଏବଂ କ୍ରିତି ଏପର୍ଯ୍ୟନ୍ତ ମ୍ୟାରେଜ୍‌ ଡେଟ୍‌ ପ୍ରକାଶ କରିନାହାଁନ୍ତି । ତେବେ କିଛି ସୂଚନା ଅନୁସାରେ,ଏହି ଦମ୍ପତି ମାର୍ଚ୍ଚ ୧୩ ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଇଛନ୍ତି । କିଛି ଦିନ ପୂର୍ବରୁ ପୁଲକିତଙ୍କ ସହ ଏକ ଫଟୋ ସେୟାର କରିଥିବାବେଳେ କ୍ରିତି ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ବୋଲି ଫ୍ୟାନ୍ସଙ୍କୁ ସୂଚିତ ଦେଇଥିଲେ । ତେବେ କ୍ରିତି ଏବଂ ପୁଲକିତଙ୍କ ଲଭ୍‌ ଷ୍ଟୋରି ଅନିଜ ବାଜମିଙ୍କ ଫିଲ୍ମ ପାଗଲପାଣ୍ଟିରୁ ଆରମ୍ଭ ହୋଇଥିଲା । ନିଜେ ଫିଲ୍ମର ପ୍ରମୋସନ ସମୟରେ କ୍ରିତି କନ୍‌ଫର୍ମ କରିଥିଲେ ଯେ ସେ ପୁଲକିତଙ୍କୁ ଡେଟ କରୁଛନ୍ତି । ଏହା ସହ କିଛି ଦିନ ପୂର୍ବରୁ ଏହି କପଲଙ୍କ ନିର୍ବନ୍ଧର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା । ଏବେ ଫ୍ୟାନ୍ସମାନେ ଅପେକ୍ଷାରେ ଅଛନ୍ତି ଯେ ଏହି ଦମ୍ପତି କେବେ ବିବାହ ବନ୍ଧନରେ ବାନ୍ଧିହେବେ ।

 

View this post on Instagram

 

A post shared by Instant Bollywood (@instantbollywood)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.