ଖବର ପ୍ରସାରଣ ପରେ ବୀରସିଂପଡା ଗାଁକୁ ପହଞ୍ଚିଲା ପ୍ରଶାସନ, ଯୋଗାଇଲା ପାଣି

ନୂଆପଡା ଜିଲା କୋମନା ବ୍ଲକ ଦୁର୍ଗମ ଭରୁଆମୁଣ୍ଡା ବିରସିଂପଡା ଗାଁରେ ପାନିୟ ଜଳ ଉତ୍କଟ ସମସ୍ୟା ଦେଖାଦେଇଛି । ପାନିୟ ଜଳ ଅଭାବରୁ ବିରସିଂପଡା ଗାଁର ମହିଳାମାନେ ଗାଁ ନିକଟସ୍ଥ ଚାଷଜମିରେ ଚୁଆଁ ଖୋଳି ଦୂଷିତ ଜଳକୁ ସଂଗ୍ରହ କରି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଆମ ଟିଭିରେ ଖବର ପ୍ରସାରଣ ହେବାପରେ କୋମନା ବ୍ଲକ ପ୍ରଶାସନ ପକ୍ଷରୁ ତପରତା ପ୍ରକାଶ ପାଇଛି ।

ନୂଆପଡା ଜିଲା କୋମନା ବ୍ଲକ ଦୁର୍ଗମ ଭରୁଆମୁଣ୍ଡା ବିରସିଂପଡା ଗାଁରେ ପାନିୟ ଜଳ ଉତ୍କଟ ସମସ୍ୟା ଦେଖାଦେଇଛି । ପାନିୟ ଜଳ ଅଭାବରୁ ବିରସିଂପଡା ଗାଁର ମହିଳାମାନେ ଗାଁ ନିକଟସ୍ଥ ଚାଷଜମିରେ ଚୁଆଁ ଖୋଳି ଦୂଷିତ ଜଳକୁ ସଂଗ୍ରହ କରି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଆମ ଟିଭିରେ ଖବର ପ୍ରସାରଣ ହେବାପରେ କୋମନା ବ୍ଲକ ପ୍ରଶାସନ ପକ୍ଷରୁ ତପରତା ପ୍ରକାଶ ପାଇଛି । ଗତକାଲି କୋମନା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ଵରେ ଜନସ୍ଵାସ୍ଥ୍ୟ ବିଭାଗର ଏକ ଟିମ ଭରୁଆମୁଣ୍ଡା ବିରସିଂପଡା ଗାଁରେ ପହଞ୍ଚି ଅଚଳ ହୋଇପଡିଥିବା ପାନିୟ ଜଳ ପ୍ରକଳ୍ପକୁ ସଚଳ କରିଛନ୍ତି ।

ଏବେ ଗାଁରେ ପାଇପ ଯୋଗେ ବିଶୁଦ୍ଧ ପାନିୟ ଜଳ ପହଞ୍ଚିବା ପରେ ଗ୍ରାମବାସୀ ବେଶୀ ଖୁସି ବ୍ୟକ୍ତ କରିବା ସହ ଖବର ପ୍ରସାରଣ କରିଥିବା ଟିଭିକୁ ଅଶେଷ ଧନ୍ୟବାଦ ଜଣେଇଛନ୍ତି । ନୂଆପଡା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫ କିମି ଦୂରତାରେ ଦୁର୍ଗମ ଘଞ୍ଚ ପାହାଡିଆ ଅଞ୍ଚଳ ମଧ୍ୟରେ ରହିଛି କୋମନା ଗ୍ରାମପଞ୍ଚାୟତର ବୀରସିଂପଡା ଗାଁ । ଏହି ବୀରସିଂପଡାଗାଁରେ ପ୍ରାୟ ୫ ଆଦିବାସୀ ସଂପ୍ରଦାୟର ପରିବାର ବସବାସ କରି ଆସୁଥିବା ବେଳେ ପାନିୟ ଜଳ ପାଇଁ ମାତ୍ର ଗୋଟିଏ ନଳକୂଅ ରହିଛି । ହେଲେ ଏହି ନଳକୂଅ ପାଣିରେ ମାତ୍ରାଧିକ ଫ୍ଲୋରାଇଡ ଅଂଶ ରହିଥିବାରୁ ତାହା ପିଇବା ଯୋଗ୍ୟ ହୋଇପାରି ନାହିଁ ।

ଦୀର୍ଘ ୫ ବର୍ଷତଳେ ଭରୁଆମୁଣ୍ଡା ବିରସିଂପଡା ଗାଁଲୋକଙ୍କୁ ବିଶୁଦ୍ଧ ପାନିୟ ଜଳ ଯୋଗେଇ ଦେବା ପାଇଁ ଜନସ୍ଵାସ୍ଥ୍ୟ ବିଭାଗ ତରଫରୁ ପାନିୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ହେଲେ ତାହା କିଛି ଦିନ ଚାଳିବା ପରେ ରକ୍ଷଣା ବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ପାଇପଗୁଡିକ ଫାଟିଯିବା ସହ ମୋଟର ପମ୍ପ ପୋଡିଯିବାରୁ ପାନିୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଥିଲା । ଯାଫଳରେ ପାନିୟ ଜଳ ଅଭାବରୁ ବୀରସିଂପଡାଗାଁର ମହିଳାମାନେ ବାଧ୍ୟ ହୋଇ ଗାଁ ନିକଟସ୍ଥ ଚାଷଜମିକୁ ଯାଇ ଚୁଆଁ ଖୋଳି ଦୂଷିତ ଜଳକୁ ସଂଗ୍ରହ କରିଆସୁଛନ୍ତି ।

ଏହି ଚୁଆଁର ଦୂଷିତଜଳକୁ ସେବନ କରିବା ଦ୍ଵାରା ଗାଁର ଅନେକ ଶିଶୁ ଓ ମହିଳାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ସ୍ଥାନିୟ ଗ୍ରାମବାସୀ କହିଛନ୍ତି । ଏ ସଂପର୍କରେ ଗତକାଲି ଟିଭିରେ ଖବର ପ୍ରସାରଣ ହୋଇଥିଲା । ଗତକାଲି ସଂନ୍ଧ୍ୟାରେ କୋମନା ଗ୍ରାମ ପଞ୍ଚାୟତ ସରପଞ୍ଚ ମୃତ୍ୟୁଜଂୟ ପାଣିଗ୍ରାହୀଙ୍କ ନେତୃତ୍ଵରେ ଜନସ୍ଵାସ୍ଥ୍ୟ ବିଭାଗର ଏକ ଟିମ ଭରୁଆମୁଣ୍ଡା ବିରସିଂପଡା ଗାଁରେ ପହଞ୍ଚିଥିଲା ।

ସେଠାରେ ଅଚଳ ହୋଇପଡିଥିବା ପାନିୟ ଜଳ ପ୍ରକଳ୍ପକୁ ତୁରନ୍ତ ମରାମତି କରିବା ସହିତ ଗ୍ରାମବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗେଇ ଦେବାରେ ସଫଳ ହୋଇଛନ୍ତି । ଏବେ ଗାଁରେ ପାଇପ ଯୋଗେ ବିଶୁଦ୍ଧ ପାନିୟ ଜଳ ପହଞ୍ଚିବା ପରେ ବିରସିଂପଡା ଗ୍ରାମବାସୀ ବେଶୀ ଖୁସି ବ୍ୟକ୍ତ କରି ଖବର ପ୍ରସାରଣ କରିଥିବା ଚ୍ୟାନେଲକୁ ଧନ୍ୟବାଦ ଜଣେଇଛନ୍ତି । ସେହିଭଳି କୋମନା ଗ୍ରାମ ପଞ୍ଚାୟତ ସରପଞ୍ଚ ମଧ୍ୟ ଟିଭିକୁ ଧନ୍ୟବାଦ ଜଣେଇବା ସହିତ ଆଗକୁ ବିରସିଂପଡା ଗାଁରେ ପାନିୟ ଜଳ ପାଇଁ କୈାଣସି ଅସୁବିଧା ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.