ବାହାଘର ସାରି ହସଖୁସିରେ ଫେରୁଥିଲେ, କିନ୍ତୁ ବାଟରେ ଜଗିଥିଲା ଯମ, ଦୁର୍ଘଟଣାରେ ନେଇଗଲା ୫ ଜୀବନ

ବିବାହ ଉତ୍ସବରୁ ଫେରୁଥିବା ଏକ କାର୍ ସହ ଏକ ବସର ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା ହରିୟାଣାର ରେବାଡି- ମହେନ୍ଦ୍ରଗଡ଼ ରୋଡରେ ଥିବା ସିହା ଗାଁ ନିକଟରେ ଘଟିଛି । ଘଟଣା ବିଷୟରେ ସୂଚନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ହରିୟାଣାର ରେବାଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ ଉତ୍ସବରୁ ଫେରୁଥିବା ଏକ କାର୍ ସହ ଏକ ବସର ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା ରେବାଡି- ମହେନ୍ଦ୍ରଗଡ଼ ରୋଡରେ ଥିବା ସିହା ଗାଁ ନିକଟରେ ଘଟିଛି । ମୃତକମାନେ ଚାଙ୍ଗରୋଡ ଗାଁର ବୋଲି ଜଣାଯାଇଛି । ଘଟଣା ବିଷୟରେ ସୂଚନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖବର ମୁତାବକ, ଗତ ରାତିରେ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଚାଙ୍ଗରୋଡ ଗାଁ କିଛି ଲୋକ ଏକ କାର୍ ଯୋଗେ ଯାଇଥିଲେ । ସେଠାରୁ ସେମାନେ ଫେରୁଥିବା ବେଳେ ନିଜ ଗାଁଠୁ ଅଳ୍ପ ଦୂରରେ ଥିବା ବେଳେ ଦୁର୍ଘଟଣା ଘଟିଥିଲା । ଚରଖୀ ଦାଦରୀ ଜିଲ୍ଲାରୁ ରେବାଡିର ତତରାପୁର ଖାଲସା ଗାଁକୁ ବରଯାତ୍ରୀ ଯାଇଥିଲା । ନନ୍ଦରାମପୁର ବାସ ରୋଡ ସ୍ଥିତ ଏକ ମ୍ୟାରେଜ ଗାର୍ଡେନକୁ ଯାଇଥିଲେ ।

ସକାଳ ୭ଟାରେ ବରକନ୍ୟା ବିଦା ହେବା ପରେ ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ । ଘରୁକୁ ଫେରୁଥିବା ବେଳେ କାର ୮ଟା ସମୟରେ ସିହା ଗାଁ ନିକଟରେ ଏକ ବସ୍‌ ସହିତ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ଅନ୍ୟ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.