Below header

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଲତା, ଡାକ୍ତର କହିଲେ ଲାଗିବ ସମୟ

ସଙ୍ଗୀତର ରାଣୀ ଭାବେ ଜଣା ଭାରତ ରତ୍ନ ଲତା ମଙ୍ଗେଶକର ନିଜ ଶରୀର ଅସୁସ୍ଥତା କାରଣରୁ ଗତ ୩ ଦିନ ଧରି ହସ୍ପିଟାଲରେ ଅଛନ୍ତି । ଏନେଇ ତାଜା ଖବର ହସ୍ପିଟାଲ ତରଫରୁ ପ୍ରକାଶ କରାଯାଇଛି । ହସ୍ପିଟାଲ ତରଫରୁ କୁହାଯାଇଛିକି ଏବେ ବି ଲତାଙ୍କ ଶରୀର ଧୀରେ ଧୀରେ ସୁସ୍ଥତା ଆଡକୁ ଗତି କରୁଛି । କିନ୍ତୁ ସ୍ଥିତିର ସମ୍ବେଦନ ଶୀଳତା କାରଣରୁ ତାଙ୍କୁ ଏବେବି ଆଇସିୟୁରେ ରଖାଯାଇଛି । ସୂଚନା ଯୋଗ୍ୟଯେ ଲତା ନିମୋନିଆ ଓ ହୃଦୟ ସଂକ୍ରମଣ ରୋଗରେ ପୀଡିତ ଅଛନ୍ତି । ତାଙ୍କୁ ସମ୍ପୂର୍ଣ ସୁସ୍ଥ ହେବା ପାଇଁ ଆହୁରି କିଛି ଦିନ ଲାଗିଯିବ ବୋଲି ହସ୍ପିଟାଲ ତରଫରୁ ସ୍ପଷ୍ଟ କରାଯାଇଛି । ଲତା ଶୀଘ୍ର ସମ୍ପୂର୍ଣ ସୁସ୍ଥ ହୋଇଯିବେ ବୋଲି ତାଙ୍କ ପରିବାର ଲୋକ ମଧ୍ୟ ପ୍ରକାଶ କରିଛନ୍ତି ।

ଏହା ସହ ପଢନ୍ତୁ: ପ୍ରଥମ ବିବାହ ବାର୍ଷିକୀରେ ଭେଙ୍କେଟେଶ୍ୱର ମନ୍ଦିର ପହଞ୍ଚିଲେ ଦୀପିକା-ରଣବୀର, ଦେଖନ୍ତୁ ଫଟୋ

ସୂଚନା ଅନୁସାରେ ଏହି ୯୦ ବର୍ଷୀୟ ପ୍ରଖ୍ୟାତ ଗାୟିକା ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସୋମବାର ତାଙ୍କୁ ବ୍ରିସ କେଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୦୦୧ ମସିହାରେ ଲତାଜି ଙ୍କୁ ଭାରତ ରତ୍ନ ଉପାଧିରେ ସମ୍ମାନିତ କରାଯାଇଥିବା ବେଳେ ୧୯୮୯ ମସିହାରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ନିଜ ଜୀବନ କାଳ ମଧ୍ୟରେ ଲତାଜି ପ୍ରାୟ ୩୬ ଭାରତୀୟ ଭାଷାରେ ଗୀତ ଗାଇ ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.