ପାରଳାଖେମୁଣ୍ଡି: ପରିତ୍ୟକ୍ତ ଅବସ୍ଥାରେ ପଣ୍ଡିତ ଜବହାରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି, ଶିଶୁ ଦିବସରେ ପଡିଲା ନାହିଁ ଫୁଲମାଳଟିଏ

ଗଜପତି(କେନ୍ୟୁଜ୍):   ପରିତ୍ୟକ୍ତ ଅବସ୍ଥାରେ ପଣ୍ଡିତ ଜବହାରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ୪ ନଂ ୱାର୍ଡ କଟିକା ଗୌଡ ସାହି କବିଚନ୍ଦ୍ର ରଘୁନାଥ ପରିଛା ପ୍ରାଥମିକ ବିଦ୍ୟାଳୟ ପଛପଟେ ରହିଛି ନେହେରୁଙ୍କ ପ୍ରତିମୂର୍ତ୍ତି । ଏହାର ପୁନରୁଦ୍ଧାର ନେଇ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ପ୍ରତିମୂର୍ତ୍ତିରେ ସମ୍ମୁଖରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଛି । ଆଜି ସମଗ୍ର ଦେଶ ଶିଶୁ ଦିବସ ପାଳନ କରୁଥିବା ବେଳେ ନେହେରୁଙ୍କ ମୂର୍ତ୍ତିରେ ଫୁଲମାଳଟିଏ ପଡିନାହିଁ । ଏଠାରୁ ପ୍ରତିମୂର୍ତ୍ତିକୁ ଲୋକଲୋଚନକୁ ଆସୁଥିବା ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ପାରଳାଖେମୁଣ୍ଡିବାସୀ ।୧୯୯୦ ମସିହାରେ ପାରଳା ମହାରାଜା ଗୋପିନାଥ ଗଜପତି ନାରାୟଣ ଦେବ ବ୍ରହ୍ଣପୁର ସାଂସଦ ଥିବା ବେଳେ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.