ପ୍ରଥମ ବିବାହ ବାର୍ଷିକୀରେ ଭେଙ୍କେଟେଶ୍ୱର ମନ୍ଦିର ପହଞ୍ଚିଲେ ଦୀପିକା-ରଣବୀର, ଦେଖନ୍ତୁ ଫଟୋ

ଆଜି ତାରିଖର ଠିକ୍‌ ବର୍ଷେ ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ଅଭିନେତା ରଣବୀର ସିଂ ଇଟାଲିରେ କୋଙ୍କଣି ଏବଂ ସିନ୍ଧି ରୀତିନୀତିରେ ବିବାହ କରିଥିଲେ। ବିବାହକୁ ଏକ ବର୍ଷ ପୂରଣ ହେବା ପରେ ଦୁହେଁ ତିରୁପତିର ଭେଙ୍କେଟେଶ୍ୱର ମନ୍ଦିରରେ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ। ଏହି ପୂର୍ତ୍ତି ଅବସରରେ ଦୀପିକା ଲାଲ୍‌ ରଙ୍ଗର ଏକ ଶାଢି ପିନ୍ଧିଥିବା ବେଳେ ଗଳାରେ ମଙ୍ଗଳସୂତ୍ର ଏବଂ ମଥାରେ ସିନ୍ଦୂର ଲଗାଇଥିଲେ।

ଏହାସହ ପଢ଼ନ୍ତୁ: ଜୁହି ଚାଓ୍ଵଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌ ଖାନ୍‌ କିନ୍ତୁ ପିତାଙ୍କ ଠାରୁ ମିଳିଥିଲା ଏହି ଉତ୍ତର

dip3

ସେହିପରି ରଣବୀର ଅଫ୍‌ ହ୍ଵାଇଟ୍‌ ଶେର୍‌ଓ୍ଵାନୀ ପିନ୍ଧିଥିବାର ନଜର ଆସିଥିଲେ। ଏହାସହିତ ଗୋଲାପି ରଙ୍ଗର ଦୁପଟ୍ଟା ପକାଇଥିଲେ। ମନ୍ଦିରରେ ଦର୍ଶନ କରିବା ପରେ ଦୀପ୍‌ବୀର୍‌ ମିଡିଆ ଆଗରେ ପୋଜ୍‌ ଦେଇଥିଲେ। ନିଜ ଫ୍ୟାନମାନଙ୍କ ସହ ମିଶିଥିଲେ। ଦୀପିକା ଏବଂ ରଣବୀର ପ୍ରଥମରୁ ହିଁ ତିରୁପତି ଯିବାର ପ୍ଲାନ୍‌ ବନେଇଥିଲେ।

dip4

ଏହାସହ ପଢ଼ନ୍ତୁ: ଜିମ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଲେ ଏହି ବଲିଉଡ୍‌ ତାରକାଙ୍କ ପତ୍ନୀ, ଥରେ ଦେଖିଲେ ଆଖି ଲାଖିଯିବ 

ମିଡିଆ ରିପୋର୍ଟ ଅନୁସାରେ ଦୀପିକା-ରଣବୀର ୧୪ ନଭେମ୍ବରରେ ତିରୁପତି ଏବଂ ପଦ୍ମାବତୀଙ୍କୁ ଦର୍ଶନ କରିବା ପରେ ୧୫ ନଭେମ୍ବରରେ ପରିବାର ସହ ସ୍ୱର୍ଣ୍ଣ ମନ୍ଦିର ଯିବେ। ୧୫ ତାରିଖରେ ହିଁ ସେମାନେ ମୁମ୍ବାଇ ଫେରିଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.