Below header

ରକ୍ତରେ ଲାଲ ହେଲା ନଦୀ, ଜାଣନ୍ତୁ ପୁରା ଘଟଣା

ଇତିହାସରେ ଯୁଦ୍ଧ ସମୟରେ ଆପଣ ନଦୀ ରକ୍ତରେ ଲାଲ ହୋଇଥିବା କଥା ନିଶ୍ଚିତ ରୂପେ ପଢ଼ିଥିବେ । କିନ୍ତୁ ବାସ୍ତବରେ ଏପରି ଦୃଶ୍ୟ ହୁଏତ କେବେ ଦେଖିନଥିବେ । କିନ୍ତୁ ଏମିତି ଦୃଶ୍ୟ ଦେଖିଲେ ଦେହ ଶିହରି ଉଠେ । ନିକଟରେ ଏମିତି ହିଁ ଏକ ଘଟଣା ଘଟିଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଝିରେ ବହୁଥିବା ଈମେଜିନ ନାମକ ଏକ ନଦୀରେ । ପ୍ରକୃତରେ କିଛି ଦିନ ହେବ ଦକ୍ଷିଣ କୋରିଆରେ ଆଫ୍ରିକୀ ସ୍ୱାଇନ ଫ୍ଲୁ ଜର ଖୁବ ଜୋରରେ ବ୍ୟାପିଥିଲା । ଏହି କାରଣ ଯୋଗୁଁ ସରକାରଙ୍କ ତରଫରୁ ଏକ ଅଭିଯାନ ଆରମ୍ଭ କରାଯାଇ ଏଠିକାର ଘୁଷୁରୀ ମାନଙ୍କୁ ମରାଯାଉଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ପ୍ରାୟ ୩.୮୦ ଲକ୍ଷ ଘୁସୁରୀଙ୍କୁ ମରାସରିଲାଣି ।

pig blood

କହି ରଖିବା ଉଚିତ କି ସ୍ୱାଇନ ଫ୍ଲୁ ମଣିଷ ମାନଙ୍କ ପାଇଁ ସେତେଟା ମାରାତ୍ମକ ହୋଇନଥାଏ । କିନ୍ତୁ ଏହା ଘୁଷୁରୀ ମାନଙ୍କ ପାଇଁ ଅତ୍ୟନ୍ତ ଘାତକ ହୋଇଥାଏ । ଆଜି ପର୍ଯ୍ୟନ୍ତ ଏଥିପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଉପଚାର ବାହାରି ପାରିନାହିଁ । ଦକ୍ଷିଣ କୋରିଆର ଏହି ମାମଲା ପ୍ରଥମେ ଗତ ସେପ୍ଟେମ୍ବର ମାସରେ ହିଁ ସାମ୍ନାକୁ ଆସିଥିଲା । ଅନ୍ୟ କୌଣସି ଉପାୟ ନଥିବାରୁ ସେଠିକା ସରକାର ବାଧ୍ୟ ହେଇ ଘୁଷୁରୀ ମାନଙ୍କୁ ମାରିଦେଉଛନ୍ତି । ସ୍ଥାନୀୟ ଏକ ଏନଜିଓର କହିବା ଅନୁଯାୟୀ ପୂର୍ବ ମାସ ବହୁଳ ଭାବେ ବର୍ଷା ହେବା କାରଣରୁ ମୃତ୍ୟୁ ବରଣ କରିଥିବା ଘୁଷୁରୀ ମାନଙ୍କ ରକ୍ତ ବୋହି ଈମଜିନ ନଦୀରେ ଯାଇ ମିଶିଥିଲା । ଫଳରେ ଈମଜିନ ନଦୀ ରକ୍ତରେ ସଂପୂର୍ଣ ରୂପେ ଲାଲ ହୋଇଯାଇଥିଲା ।

ଏହା ସହ ପଢନ୍ତୁ: ଅଫିସ୍‌ରେ ଶାରୀରିକ ସମ୍ପର୍କ ରଖିବାରେ ଏହି ସହର ରହିଛି ସବୁଠାରୁ ଆଗରେ, ସର୍ଭେରେ ହେଲା ଖୁଲାସା

ଏହି ସ୍ଥାନରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪୭,୦୦୦ ଘୁସୁରୀଙ୍କୁ ମରା ସରିଲାଣି । ସ୍ଥାନୀୟ ଜଣେ ଅଧିବାସୀଙ୍କ କହିବା ଅନୁଯାୟୀ ନଦୀ ଲାଲ ହେଉଥିବାର ଦେଖି ଆଖପାଖର ଲୋକେ ଭୟଭୀତ ହୋଇପଡିଛନ୍ତି । ଏହି କାରଣରୁ ବହୁ ଦୂର ପର୍ଯ୍ୟନ୍ତ ଦୁର୍ଗନ୍ଧ ବ୍ୟାପି ରହିଛି । ଏମିତିକି ପାଖ କ୍ଷେତକୁ କୃଷକ ମାନେ ନିଜ ନିଜ କାମକୁ ମଧ୍ୟ ଯାଉନାହାନ୍ତି । ଅଧିକାରୀ ମାନଙ୍କ କହିବା ଅନୁଯାୟୀ ଏହି କାରଣରୁ ନଦୀର ଅନ୍ୟ ଜୀବଜନ୍ତୁଙ୍କ ପାଇଁ କୌଣସି ବିପଦ ନାହିଁ । କାରଣ ମୃତ୍ୟୁ ପୂର୍ବରୁ ସମସ୍ତ ଘୁଷୁରୀ ମାନଙ୍କୁ ସଂକ୍ରାମକ ଇଞ୍ଜେକ୍ସନ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.