ଲୋକସେବା ଭବନରେ ମୋ ସ୍କୁଲ ମୋବାଇଲ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍):   ମୋ ସ୍କୁଲ ମୋବାଇଲ ଆପ୍‌ ଉନ୍ମୋଚିତ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କଲ ଆପର ଉନ୍ମୋଚନ କରିଛନ୍ତି । ମୋ ସ୍କୁଲ କାର୍ଯ୍ୟକ୍ରମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ଆପ୍‌, କଫି ଟେବଲ ବୁକ୍‌ ଓ ନ୍ୟୁଜ୍‌ ଲେଟର ଲୋକାର୍ପିତ ହୋଇଛି । ଏହାଦ୍ୱାରା ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡ଼ି ହୋଇ ଅଧିକରୁ ଅଧିକ ଦାନ କରିପାରିବେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସବୁ ଜିଲ୍ଲାପାଳଙ୍କ ସହ କଥା ହୋଇ ମୋ ସ୍କୁଲ କାର୍ଯ୍ୟକ୍ରମରେ ସମୀକ୍ଷା କରିଛନ୍ତି । ଅକ୍ଟୋବର ୨୯ ତାରିଖ ସୁଦ୍ଧା ମୋ ସ୍କୁଲ କାର୍ଯ୍ୟକ୍ରମରେ ୧ ଲକ୍ଷ ୬୬ ହଜାର ୬୦୮ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି । ଏହି ୨ ବର୍ଷ ମଧ୍ୟରେ ୯ହଜାର ୯୮୫ଟି ବିଦ୍ୟାଳୟ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ଅନୁଷ୍ଠାନର ବିକାଶରେ ଏହାର ପୁରାତନ ଛାତ୍ରଛାତ୍ରୀଙ୍କ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଗତ ଦୁଇ ବର୍ଷରେ ମୋ ସ୍କୁଲ କାର୍ଯ୍ୟକ୍ରମରେ ଅଭୂତପୂର୍ବ ସଫଳତା ମିଳିଛି । ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.