Below header

ରୋମାଣ୍ଟିକ ଅନ୍ଦାଜରେ ଅରୁଣିତାଙ୍କୁ ପ୍ରପୋଜ କଲେ ପୱନଦୀପ, ଦେଖନ୍ତୁ ଭିଡିଓ

ପୱନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲଙ୍କ ଯୋଡି ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛନ୍ତି। ଫ୍ଯାନ ଦୁହିଁଙ୍କ ରୋମାଣ୍ଟିକ ଷ୍ଟାଇଲକୁ ଦେଖି ବେଶ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଡ୍ଯାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି।

ଇଣ୍ଡିଆନ ଆଇଡଲ ୧୨ ପରେ ଦୁହେଁ ଜବରଦସ୍ତ ଲାଇମଲାଇଟରେ ରହିଛନ୍ତି। ସେହିପରି ପୱନ ଲଗାତାର ନୂଆ ନୂଆ ଡ୍ଯାନ୍ସ ଭିଡିଓ ସେୟାର କରୁଛନ୍ତି। ଏମିତିରେ ଏକ ଡ୍ଯାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ପୱନ ଅରୁଣିତାଙ୍କୁ ପ୍ରପୋଜ କରୁଥିବା ଦେଖିବାକୁ ମିଳିଛି।

ପୱନ ଏବଂ ଅରୁଣିତାଙ୍କ ଏହି ଭିଡିଓରେ ଅରୁଣିତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ‘ତେରା ହୋନେ ଲଗା ହୁଁ’ ଗୀତରେ ଦୁହେଁ ରୋମାଣ୍ଟିକ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ଏହାପରେ ପୱନ ଆଣ୍ଠେଇ ଅରୁଣିତାଙ୍କୁ ଲାଲ ରଙ୍ଗର ଗୋଲାପ ଦେଇ ପ୍ରପୋଜ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଭାଇରଲ ହେବା ପରେ ଫ୍ଯାନ୍ସକୁ ଦୁହିଁଙ୍କ ଅନ୍ଦାଜ ବେଶ ପସନ୍ଦ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.