ଗଞ୍ଜାମ ପୋଡାମାରିରେ ଅଭାବନୀୟ ଘଟଣା: ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା !

ବ୍ରହ୍ମପୁର(କେନ୍ଯୁଜ୍): ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରିରେ ଅଭାବନୀୟ ଘଟଣା। ଗତ ରାତିରେ ଭଞ୍ଜସାହିର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନୀ ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ କେଉଁ କାରଣରୁ ବିଷ ପିଇଛନ୍ତି ତାହା ଅସ୍ପଷ୍ଟ ରହିଛି।

ଆଜି ସକାଳେ ଘର କବାଟ ନଖୋଲିବାରୁ ପଡ଼ୋଶୀ କବାଟ ବାଡ଼େଇଥିଲେ। କିନ୍ତୁ କୌଣସି ଉତ୍ତର ନପାଇବାରୁ ସେମାନଙ୍କୁ ସରପଞ୍ଚଙ୍କୁ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସନ୍ତୋଷଙ୍କର ଘରେ ମୃତ୍ୟୁ ହୋଇଥିବା ବେଳେ ନୟନୀଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.