୬୦ ଲକ୍ଷ ଟଙ୍କା ଋଣ ଘଟଣାର ପର୍ଦ୍ଦାଫାସ୍: ବ୍ୟାଙ୍କ ଠକେଇ ଗ୍ୟାଙ୍ଗକୁ ଧରିଲା କଟକ ଲାଲବାଗ ଥାନା ପୋଲିସ୍

କଟକ (କେନ୍ଯୁଜ୍): ମାଲିକଙ୍କ ଅଜାଣତରେ ବ୍ୟାଙ୍କରେ ଜମି ବନ୍ଧା ପକାଇ ୬୦ ଲକ୍ଷ ଟଙ୍କାର ଋଣ ଘଟଣାର ପର୍ଦ୍ଦାଫାସ । ବ୍ୟାଙ୍କ ଠକେଇ ଗ୍ୟାଙ୍ଗକୁ ଧରିଛି କଟକ ଲାଲବାଗ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଲାଲବାଗ ଅଞ୍ଚଳର ମୂଳ ଜମି ମାଲିକଙ୍କ ଅଜ୍ଞାତ ସାରରେ ତାଙ୍କ ଜମିକୁ ବ୍ୟାଙ୍କରେ ବନ୍ଧା ପକାଇ ୬୦ ଲକ୍ଷ ଟଙ୍କାର ଋଣ ନେଇ ଥିଲେ ୩ ଅଭିଯୁକ୍ତ । ସେମାନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସତ୍ୟଶଙ୍କର ଶତପଥୀ, କ୍ଷେତ୍ର ମୋହନ ତ୍ରିପାଠୀ, ରାଜକିଶୋର ସ୍ୱାଇଁ । ଗିରଫ ଅଭିଯୁକ୍ତଙ୍କ ଠାରୁ ବହୁ ନକଲି ଦସ୍ତାବିଜ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.