ଏକତା କପୁରଙ୍କ ପିଛା କରୁଥିବା ବ୍ୟକ୍ତି ହେଲେ ଗିରଫ, କେବେ ଜିମ୍ ତ କେବେ ମନ୍ଦିର ଯିବା ରାସ୍ତାରେ ରହୁଥିଲେ ଜଗି

ମୁମ୍ବାଇ : ସୋମବାର ଦିନ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦେଶକ ତଥା ପ୍ରଯୋଜକ ଏକତା କପୁରଙ୍କୁ ପିଛା କରିବା ଅଭିଯୋଗରେ ଗିରଫ କରିଛି ପୋଲିସ୍। ୩୨ ବର୍ଷିୟ ଅଭିଯୁକ୍ତ ବିଗତ କିଛି ଦିନ ହେବ ଏକତା କପୁରଙ୍କ ପିଛା କରୁଥିଲେ। ପୁଲିସ ଅନୁଯାୟୀ ବ୍ୟକ୍ତିଙ୍କୁ ୩୦ରୁ ଅଧିକ ଥର ଏକତାଙ୍କ ଆଖପାଖରେ ଦେଖିବାକୁ ମିଳିଛି। ସେ ମନ୍ଦିର ହେଉବା ଜିମ୍। ସୁଧିର ନାମକ ଏହି ବ୍ୟକ୍ତି ଏକତାଙ୍କ ସହ ବନ୍ଧୁତା ସ୍ଥାପନ କରିବା ସହ ତାଙ୍କ ସହ କାମ କରିବାକୁ ଚାହୁଁଥିଲା। ଏଣୁ ସେ ପିଛା କରୁଥିବା ଜଣାପଡିଛି।

ekta 2

ଏକତାଙ୍କ କମ୍ପାନି ଘଟଣା ନେଇ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୋଗରେ କୁହାଯାଇଥିଲା, ଏକତା କପୁରଙ୍କ ବାରମ୍ବାର ନଜରଅନ୍ଦାଜ କରିବା ପରେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କର ପିଛା କରୁଥିଲେ। କିନ୍ତୁ ବ୍ୟକ୍ତି ଜଣଙ୍କ ଏକତାଙ୍କ ପିଛା କରିବା ସହ ମନ୍ଦିର ଏବଂ ଜିମରେ ପହଞ୍ଚିଯାଇଥିଲେ। ପରେ ନିରୁପାୟ ହୋଇ ତାଙ୍କ କମ୍ପାନୀକୁ ପୋଲିସରେ ଅଭିଯୋଗ କରିବାକୁ ପଡିଥିଲା। ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହ ଏନେଇ ତାଙ୍କୁ ପଚାରଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.