Below header

ରିଲିଜ ହେଲା ଅଜୟ ଦେବଗନ ଓ କାଜଲ ଅଭିନୀତ “ତନ୍ହାଜୀ” ସିନେମାର ମୟା ଭବାନୀ ଗୀତ

ଅଜୟ ଦେବଗଣ ଓ କାଜଲ ଅଭିନୀତ ତନ୍ହାଜୀର ଲୋକପ୍ରିୟ ଗୀତ “ମୟା ଭବାନୀ” ଗୀତର ଟିଜର ରିଲିଜ ହୋଇଛି । ଏହି ଗୀତର ଲଞ୍ଚ ସମୟରେ ମରାଠା ସମ୍ପ୍ରଦାୟର ‘ସୀମଗା’ ଉତ୍ସବକୁ ପ୍ରଦର୍ଶନ କରାଯାଇଛି । ଆଉ ମଧ୍ୟ ଏହି ଗୀତ ଟିରେ ଏକ ଗାଁର ଲୋକେ ଏକା ସାଥିରେ ଦେବତାଙ୍କ ମୂର୍ତ୍ତି ଆଗରେ ପୂଜା କରାଯାଉ ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ । ଏଥିରେ ପ୍ରମୁଖ ଯୋଡି ଭାବେ ଅଜୟ ଦେବଗଣ ତନ୍ହାଜୀ ଭୂମିକାରେ ଓ ଅଭିନେତ୍ରୀ କାଜଲ ସାବିତ୍ରୀ ବାଇ ଭୂମିକାରେ ଆବର୍ତ୍ତୀର୍ଣ୍ଣ ହୋଇଛନ୍ତି । ଗୀତ ଟିକୁ ଏକ ଉତ୍ସବ ପାଳନ ଭାବେ ପ୍ରଦର୍ଶିତ କରାଯାଇଥିବା ବେଳେ ଏଥିରେ ପତି ପତ୍ନୀଙ୍କ ନିବିଡ ସମ୍ପର୍କକୁ ମଧ୍ୟ ଦର୍ଶାଯାଇଛି ।

maya bhabani

ଏହି ଗୀତ ଟିକୁ ଲେଖିଛନ୍ତି ଶ୍ଵାନନ୍ଦ କିରକିରେ ଓ ସ୍ୱର ଦେଇଛନ୍ତି ସୁଖବିନ୍ଦର ସିଂହ ଓ ଶ୍ରେୟା ଘୋସାଲ । ଗତ କାଲି ଅଭିନେତା ଅଜୟ ଦେବଗଣ ମଧ୍ୟ ଟିଜର ରିଲିଜ ହେବା କଥା ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ଅଜୟ ଏହା ମଧ୍ୟ ଲେଖିଛନ୍ତିଯେ ଏକା ବୀର ଯୋଦ୍ଧାର ସବୁଠୁ ବଡ ଶକ୍ତି ତାର ପରିବାର ହିଁ ହୋଇଥାଏ । ଅନ୍ୟ ପକ୍ଷରେ ଫିଲ୍ମ ନିର୍ଦ୍ଦେଶକ ଓମ ରାବତ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ଭାରତ ବର୍ଷରେ ମରାଠାକୁ ଏକ ସମୃଦ୍ଧ ସଂସ୍କୃତି ଭାବେ ପରିଗଣିତ କରାଯାଇଥାଏ । ଏହି ସଂସ୍କୃତି ଉପରେ ସିନେମାଟି ପର୍ଯ୍ୟବେଷିତ ହୋଇଥିବା କାରଣରୁ ମୟା ଭବାନୀ ଗୀତରେ ମରାଠା ସମ୍ପ୍ରଦାୟର ପ୍ରସିଦ୍ଧ ସିମଗା ଉତ୍ସବକୁ ହିଁ ଦର୍ଶାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.