ସ୍କୁଲ ପରିସରରେ ଭୂତ ଭୟ, ଦୁଇ ଦିନରେ ହଷ୍ଟେଲ ଛାଡିଲେଣି ଶତାଧିକ ଛାତ୍ରଛାତ୍ରୀ

କେନ୍ଦୁଝର (କେନ୍ୟୁଜ୍) : ସ୍କୁଲ ପରିସରରେ ଭୂତ ଭୟ । ଦୁଇ ଦିନରେ ହଷ୍ଟେଲ ଛାଡିଲେଣି ଶତାଧିକ ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅର୍ନ୍ତଗତ ଭଅଁରପୁର ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନ ଧରି ହଷ୍ଟେଲ ଛାଡିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଆତଙ୍କିତ ହୋଇ ପଡ଼ିଛନ୍ତି।

ଅଭିଯୋଗ ହେଉଛି, ସ୍କୁଲ ହଷ୍ଟେଲରେ ରହୁଥିବା ଛାତ୍ରୀ ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରେ ବେହୋସ ହୋଇପଡିଥିଲେ । ପରେ ଅନ୍ୟ ୬ଜଣ ଛାତ୍ରୀ ବେହୋସ ହୋଇ ହରିଚନ୍ଦନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହି ସ୍ଥାନକୁ ଶୌଚ ହେବାକୁ ଗଲେ ହଠାତ୍‌ ମୁଣ୍ଡ ବୁଲାଇବା ସହ କେହି ତାଙ୍କୁ ପଛପଟୁ ଠେଲି ଦେଉଥିବା କହିଛନ୍ତି ଛାତ୍ରୀ । ତେବେ ଗତ ଦୁଇ ଦିନ ଧରି ଏଭଳି ସମସ୍ୟା କାରଣରୁ ଭୟରେ ସବୁ ପିଲା ହଷ୍ଟେଲ ଛାଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.