ଆସନ୍ତା ଡିସେମ୍ବର ୧୫ରୁ କଡାକଡି ଭାବେ ଲାଗୁ ହେବ ଫାସଟ୍ୟାଗ ବ୍ୟବସ୍ଥା, ହେଲ୍ପ ଲାଇନ ନମ୍ବରରେ ଶୁଣାଯିବ ଅଭିଯୋଗ

ଆସନ୍ତା ୧୫ ତାରିଖରୁ ଦେଶର ଛୋଟ ବଡ ସମସ୍ତ ଗାଡ଼ିରେ ଫାସଟ୍ୟାଗ ବ୍ୟବସ୍ଥାକୁ କଡାକଡି ଭାବେ ଜାରି କରାଯିବ । ଏହା ପରଠୁ ଯଦି ଆପଣଙ୍କ ଗାଡ଼ିରେ ଫାସଟ୍ୟାଗ ଲଗାଯାଇ ନାହିଁ ଓ ଆଉ ଆପଣ ଜାତୀୟ ରାଜପଥର ଟୋଲ ପ୍ଲାଜା ଦେଇ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ଆସନ୍ତା ୧୫ ତାରିଖରୁ ଯେଉଁ ଗାଡି ଗୁଡିକରେ ଟ୍ୟାଗ ଲାଗି ନଥିବ ତା ଉପରେ ନିଶ୍ଚିତ ରୂପେ ଜରିମାନା ଆଦାୟ କରାଯିବ । ନୂଆ ଆଇନ ଅନୁଯାୟୀ ଆପଣଙ୍କୁ ପୂର୍ବ ଟୋଲ ଟ୍ୟାକ୍ସର ୨ ଗୁଣ ଅର୍ଥ ଦେବାକୁ ପଡିବ

fas tag

କଣ ଏହି ଫାସଟ୍ୟାଗ ବ୍ୟବସ୍ଥା ?

ଟୋଲ ପ୍ଲାଜା ଗୁଡିକରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏହି ପରି ଏକ ନିଷ୍ପତି ନେଇଛନ୍ତି । ଆପଣଙ୍କୁ ନିଜ ଗାଡିର କାଚ ଉପରେ ଏହି ଟ୍ୟାଗକୁ ଲଗାଇବାକୁ ପଡିବ । ଏହାକୁ ଏନଏଚଏଆଇ ବ୍ୟତୀତ ଦେଶର ସମସ୍ତ ବଡ ବ୍ୟାଙ୍କ, ଇ କମର୍ସ ଓ ମୋବାଇଲ ବାଲଟରୁ ପ୍ରସ୍ତୁତ କରାଯାଇ ପାରିବ । ଏହାବାଦ ଇଣ୍ଡିଆନ ମେନେଜମେଣ୍ଟ କମ୍ପାନୀ ଦ୍ୱାର ସ୍ଥାପିତ ହୋଇଥିବା ୨୮,୫୦୦ ବିକ୍ରି କେନ୍ଦ୍ର ମାନଙ୍କରୁ ମଧ୍ୟ ଏହି ଟ୍ୟାଗକୁ କିଣାଯାଇ ପାରିବ । ଏନେଇ ଆବଶ୍ୟକ ହେଉଥିବା ଜରୁରୀ କାଗଜ ଭିତରେ ରହିଛି ରେଜିଷ୍ଟ୍ରେସନ ସାର୍ଟିଫିକେଟ, ବ୍ୟକ୍ତିଙ୍କ ପାସପୋର୍ଟ ସାଇଜ ଫଟୋ , ବ୍ୟକ୍ତିଙ୍କ ଆଡ୍ରେସ ପୃଫର ଜେରକ୍ସ କପି ଜରୁରୀ ଅଟେ ।

fas tag

କେମିତି କାମ କରେ ଏହି ଫାସଟ୍ୟାଗ ବ୍ୟବସ୍ଥା :

ଫାସଟ୍ୟାଗକୁ ଗାଡିର  ସ୍କ୍ରିନରେ ଲଗାଇ ଯଦି ଆପଣ କୌଣସି ଟୋଲ ପ୍ଲାଜା ଦେଇ ଯିବେ ତ ଆପଣଙ୍କୁ ରସିଦ କାଟିବା ପାଇଁ ଆଉ ଅଟକିବାକୁ ପଡିବ ନାହିଁ । ଟୋଲ ପ୍ଲାଜାରେ ଲାଗିଥିବା କ୍ୟାମେରା ସ୍କାନ କରିନେବ ଓ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ ବାଲାନ୍ସ କଟିଯିବ । ଏହି ପ୍ରକ୍ରିୟା ପୁରା ହେବା ପାଇଁ ମାତ୍ର କିଛି ସେକେଣ୍ଡ ହିଁ ସମୟ ଲାଗିଥାଏ । କହି ରଖିବା ଉଚିତକି ଗାଡ଼ିରେ ଲାଗିଥିବା ଫାସଟ୍ୟାଗ ମୋବାଇଲ ଫୋନ ପରି ହିଁ ରୀଚାର୍ଜ ହୋଇଥାଏ । ଏହାକୁ ନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ/ଡେଭିଡ କାର୍ଡ, ୟୁପିଆଇ ଆଦି ମାଧ୍ୟମରେ ରିଚାର୍ଜ କରାଯାଇପାରିବ ।

ସମୟ ଓ ପଇସା ବଞ୍ଚାଇବା ଏହି ଉଦ୍ୟମର ମୂଳ ଲକ୍ଷ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । ଏହା ଦ୍ୱାରା ସରକାରଙ୍କ ତରଫରୁ କ୍ୟାସବ୍ୟାକ ମଧ୍ୟ ଆଦାୟ କରାଯିବ । ଏହି ନୂଆ ବ୍ୟବସ୍ଥା ଦ୍ଵାରା ଟୋଲ ଗୁଡିକରେ ଆଉ ଗହଳି ମଧ୍ୟ ହେବା ନାହିଁ । ଏହା ଦ୍ୱାରା ଟୋଲ ଛକ ଗୁଡିକରେ ହେଉଥିବା ଅଯଥା ଇନ୍ଧନ ବ୍ୟୟକୁ ମଧ୍ୟ ରୋକାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.