ଉଗ୍ର ରୂପ ନେଉଛି ସୈଫଙ୍କ ୱେବ ସିରିଜ ‘ତାଣ୍ଡବ’, ଆମାଜନ ପ୍ରାଇମ ଭିଡିଓକୁ ଜବାବ ମାଗିଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ୱେବ ସିରିଜ ‘ତାଣ୍ଡବ’ ରିଲିଜ ହେବା ମାତ୍ରେ ବିବାଦରେ ଫସିଯାଇଛି। ଏହା ମଧ୍ୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ଆମାଜନ ପ୍ରାଇମ ଭିଡିଓର ଅଧିକାରୀଙ୍କୁ ଜବାବ ମାଗିଛି। ବିଜେପିର ବିଧାୟକ ରାମ କଦମ ଏହି ସିରିଜର ମେକର୍ସଙ୍କ ବିରୋଧରେ ହିନ୍ଦୁ ଦେବାଦେବୀଙ୍କ ଅପମାନ ଆରୋପ ଲଗାଇ ଥାନାରେ ଅଭିଯୋଗ ଦାୟର କରିଛନ୍ତି। ବିଜେପି ସାଂସଦ ମୋନା କୋଟକ ମଧ୍ୟ କେନ୍ଦ୍ରୀୟ ସୂଜନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜୋଭେଦକରଙ୍କ ଚିଠି ଲେଖି ‘ତାଣ୍ଡବ’ ଉପରେ ବ୍ଯାନ ଲଗାଇବା ପାଇଁ ଦାବି କରିଛନ୍ତି।

ରାମ କଦମଙ୍କ କହିବାନୁଯାୟୀ, ‘ତାଣ୍ଡବ’ ମେକର୍ସଙ୍କ ବିରୋଧରେ ମାମଲା ଦାୟର କରି କହିଛନ୍ତି, ସିରିଜର ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ହେବା ଉଚିତ। ପୋଲିସରେ ଅଭିଯୋଗ କରିବା ପରେ ପରେ ରାମ କଦମ ନିଜ ଟ୍ବିଟର ଆକାଉଣ୍ଟରେ ସିରିଜକୁ ବ୍ଯାନ କରିବା ପାଇଁ ଦାବି କରିଛନ୍ତି। ସେହିପରି ବିଜେପି ସାଂସଦ ମନୋଜ କୋଟକ ପ୍ରକାଶ ଜାଭେଦକରଙ୍କୁ ଚିଠି ଲେଖି ହିନ୍ଦୁ ଦେବତା ଏବଂ ଧାର୍ମିକ ଭାବନାକୁ ଅପମାନ ହୋଇଥିବା କହିଛନ୍ତି।

‘ତାଣ୍ଡବ’ ୱେବ ସିରିଜରେ ପ୍ରଥମ ଏପିସୋଡର ଗୋଟେ ସିନରେ ବିବାଦ ଦେଖାଦେଇଛି। ଯେଉଁଥିରେ ଅଭିନେତା ମହମ୍ମଦ ଜିଶାନ ଅୟୁବ ଭଗବାନ ଶିବ ହୋଇଥିବା ବେଳେ ୟୁନିଭରସିଟିର କେତେକ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରି କହୁଛନ୍ତି, ଆପଣଙ୍କୁ କାହା ପାଖରୁ ସ୍ବାଧୀନତା ଦରକାର। ଏହି ସମୟରେ ମଞ୍ଚ ସଞ୍ଚାଳକ କହୁଛନ୍ତି, ‘ନାରାୟଣ, ନାରାୟଣ, ପ୍ରଭୁ କିଛି କରନ୍ତୁ, ରାମଙ୍କ ଫଲୋୟର୍ସ ସୋସିଆଲ ମିଡିଆରେ ଲଗାତାର ବଢ଼ିବାରେ ଲାଗିଛନ୍ତି। ମୋତେ ଲାଗୁଛି, ଆମକୁ କୌଣସି ନୂଆ ଷ୍ଟ୍ରାଟେଜି ତିଆରି କରିବାକୁ ହେବ’। ଏହା ଉପରେ ଭଗବାନ ଶିବଙ୍କ ବେଶରେ ଥିବା ଜିଶାନ୍ କହୁଛନ୍ତି, ‘କ’ଣ କରିବି? ଫଟୋ ବଦଳାଇ ଦେବି କି?’ ଉତ୍ତରରେ ମଞ୍ଚ ସଞ୍ଚାଳକ କହୁଛନ୍ତି, ‘ଭୋଳାନାଥ, ଆପଣ ତ ବହୁତ ଭୋଳା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.