କେ ନ୍ଯୁଜର ପ୍ରଭାବ: ଖିଚିଂ ମନ୍ଦିର ସମ୍ମୁଖରେ ଗୀତ ଗାଇ ଭିକ୍ଷା ବୃତ୍ତି କରୁଥିବା ପ୍ରକାଶଙ୍କୁ ସକ୍ଷମ ପକ୍ଷରୁ ସହାୟତା, ମିଳିଲା ହାରମୋନିୟମ୍

କରଞ୍ଜିଆ: କେ ନ୍ଯୁଜର ପ୍ରଭାବ । ଏମିତି ଏକ ପ୍ରତିଭାକୁ ଆପଣଙ୍କ ସାମ୍ନାକୁ ଆଣିଥିଲା । ଯାହାଙ୍କ ଗୀତ ଶୁଣି ଆପଣ ବି ଭାବ ବିହ୍ଵଳିତ ହେଇ ପଡିଥିଲେ । କେ ନ୍ଯୁଜରେ ୯ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ବହୁତ ପସନ୍ଦ ମଧ୍ୟ କରିଥିଲେ । ଏ ହେଉଛି ମୟୁରଭଞ୍ଜ ଜିଲ୍ଲାର ପ୍ରକାଶ ନାଏକଙ୍କ କଥା। ସେ ପାଠ ପଢ଼ିଛନ୍ତି ବିଏ । ଜଣେ ଶିକ୍ଷକ ହେବାର ଆଶା ନେଇ ସି.ଟି. ତାଲିମ ମଧ୍ୟ ନେଇଛନ୍ତି । ହେଲେ ସେ ଜନ୍ମରୁ ଦୃଷ୍ଟିହୀନ । କରୋନା ମାହାମାରୀ ଯୋଗୁଁ ତାଙ୍କ ପରିବାର ଆଥିର୍କ ଅନଟନ ଦେଇ ଗତି କରୁଛନ୍ତି । ଯାହାଫଳରେ ସେ ବାଧ୍ୟ ହୋଇ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚେକେଶ୍ଵରୀ ମନ୍ଦିର ସମ୍ମୁଖରେ ଭିକ୍ଷା ବୃତ୍ତି କରୁଛନ୍ତି ।

ଏହି ଖବର ଏକ କେ ନ୍ଯୁଜରେ ପ୍ରକାଶିତ ହେଲା ପରେ ଖିଚିଂ ମନ୍ଦିର ପାଖରେ ପ୍ରକାଶକୁ ଗୀତ ଶୁଣିବା କୁ ଲେକମାନଙ୍କ ଭିଡ଼ ଜମୁଛି । ଆଜି ଏକ ସକ୍ଷମ ପକ୍ଷରୁ ଦୃଷ୍ଟିହୀନ ପ୍ରକାଶକୁ ହାରମୋନିୟମ ପ୍ରଦାନ କରାଯାଇଛି । ହାରମୋନିୟମ ପାଇ ବେଶ ଖୁସି ଅଛନ୍ତି ପ୍ରକାଶ । ସକ୍ଷମ ଦେଇଥିବା ହାରମୋନିୟମକୁ କରଞ୍ଜିଆ ଉପଖଣ୍ଡର ଉପଜିଲ୍ଲାପାଳ ଡ଼ଃ ରଂଜିନିକାନ୍ତ ବିଶ୍ୱାଳ ପ୍ରଦାନ କରିଥିଲେ । ତାଙ୍କ ସହିତ ମନ୍ଦିର ପରିଛା ଅଜୟ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.