ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣା: ବିଜେପି ନେତା ସଞ୍ଜୟ ମହାନ୍ତି ଗିରଫ, ସମ୍ପୃକ୍ତ ଅନ୍ୟ ୪ ଜଣ ଚିହ୍ନଟ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ବିଜେପି ନେତା ସଞ୍ଜୟ ମହାନ୍ତି ଗିରଫ । ପୋଲିସ ଅଟକ ରଖିଥିବା ବ୍ୟକ୍ତି ସଞ୍ଜୟ ମହାନ୍ତିଙ୍କୁ ଗିରଫ କରିଛି । ଏହି ମାମଲାରେ ଅନ୍ୟ ୪ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ।

ସଞ୍ଜୟ ମହାନ୍ତି ବିଜେପି ଯୁବ ମୋର୍ଚ୍ଚା ନେତା ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଗତକାଲି ରାତିରେ କେନ୍ଦୁଝର କାଶୀପୁର ନିକଟରେ କିଛି ଅସାମାଜିକ ଯୁବକ ଏକ ବୋଲେରୋରେ ଆସି ଗାଡି ଅଟକାଇଥିଲେ । ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ଉଦ୍ୟମ କରିଥିଲେ । ଏହି ସମୟରେ ଗାଡ଼ିରେ ଥିଲେ ନିରଞ୍ଜନ ପଟ୍ଟନାୟକ । ଆକ୍ରମଣ କରିବାକୁ ଗଲା ବେଳେ ଅଟକାଇଥିଲେ ପିଏସ୍‌ଓ । ଏହି ସମୟରେ ପିଏସ୍‌ଓଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ ଦୁର୍ବୃତ୍ତ ।

ଏନେଇ କେନ୍ଦୁଝର ଟାଉନ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ସେପଟେ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ଦାବିରେ ଏବଂ ଗାଡି ଜବତ ନକରିବା ପ୍ରତିବାଦରେ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଡିଜିପିଙ୍କ ଉଦ୍ଦେଶ୍ୟରେ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.