ଇଣ୍ଡିଆନ୍ ବ୍ଯାଙ୍କରେ ଅଫିସର ପଦବୀରେ ହେଉଛି ନିଯୁକ୍ତି, ଦରମା ୧ ଲକ୍ଷରୁ ଅଧିକ
ବ୍ଯାଙ୍କ ଚାକିରି କରିବାକୁ ଇଚ୍ଛୁକ। ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ୍ ବ୍ଯାଙ୍କ ପକ୍ଷରୁ ନିଯୁକ୍ତି ହେଉଛି। ଏହି ବ୍ଯାଙ୍କରେ ମୁଖ୍ଯ ସିକ୍ଯୁରିଟି ଅଫିସର ପଦବୀରେ ନିଯୁକ୍ତି ହେଉଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୩୦ ଜାନୁଆରୀ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତ ହେଲେ ପ୍ରାର୍ଥୀଙ୍କୁ ଚେନ୍ନାଇ, ତାମିଲନାଡୁରେ ନିଯୁକ୍ତି ମିଳିବ।
ଦରମା: ଚୟନ ଯୋଗ୍ଯ ପ୍ରାର୍ଥୀଙ୍କୁ ମାସିକ ୮୯ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଦରମା ମିଳିବ।
ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀଙ୍କ ଅଧିକତମ ବୟସ ୫୫ ବର୍ଷ ହୋଇଥିବା ଆବଶ୍ଯକ। ସେହିପରି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଅଭିଜ୍ଞତା ଥିବା ନିତାନ୍ତ ଆବଶ୍ଯକ। ଅଧିକ ବିବରଣୀ ଜାଣିବା ପାଇଁ ଅଧିକାରକ ୱେବସାଇଟକୁ ଯାଇ ନୋଟିଫିକେସନ ଚେକ୍ କରିଦିଅନ୍ତୁ। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ।
ଆବେଦନ କରିବାର ଠିକଣା :
ମହାପ୍ରବନ୍ଧକ (CDO), ଇଣ୍ଡିଆନ ବ୍ଯାଙ୍କ କର୍ପୋରେଟ, କାର୍ଯ୍ଯାଳୟ, ଏଚଆରଏମ ବିଭାଗ, ୨୫୪-୨୬୦, ଓବିବିଇ ଶନମୁଗମ ସଲାଇ, ରୋୟାପେଟା, ଚେନ୍ନାଇ, ତାମିଲନାଡୁ-୬୦୦୦୧୪ କୁ ସମସ୍ତ ଦସ୍ତାବିଜ ପଠାଇବାକୁ ଅନୁରୋଧ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ: