ଆସିଲା ଆଗାମୀ ବଲିଉଡ୍ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ର ପ୍ରଥମ ଟ୍ରେଲର, ରାନୀଙ୍କ ଅଭିନୟକୁ ସମସ୍ତଙ୍କ ତାରିଫ୍

ଚଳିତ ବର୍ଷ  ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର  ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ ସହିତ ବଡ ପରଦାରେ ଫେରିବାକୁ ଯାଉଛନ୍ତି ରାନୀ ମୁଖାର୍ଜୀ। ଫିଲ୍ମର ଟ୍ରେଲର ଗତକାଲି ଅର୍ଥାତ୍ ଫେବୃଆରୀ ୨୩ ରେ ରିଲିଜ୍ ହୋଇଯାଇଛି। ଏଥିରେ ଏକ ଶକ୍ତିଶାଳୀ ନୂଆ ଚରିତ୍ରରେ ସେ ଅଭିନୟ କରିଛନ୍ତି।

ଚଳିତ ବର୍ଷ  ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର  ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ ସହିତ ବଡ ପରଦାରେ ଫେରିବାକୁ ଯାଉଛନ୍ତି ରାନୀ ମୁଖାର୍ଜୀ। ଫିଲ୍ମର ଟ୍ରେଲର ଗତକାଲି ଅର୍ଥାତ୍ ଫେବୃଆରୀ ୨୩ ରେ ରିଲିଜ୍ ହୋଇଯାଇଛି। ଏଥିରେ ଏକ ଶକ୍ତିଶାଳୀ ନୂଆ ଚରିତ୍ରରେ ସେ ଅଭିନୟ କରିଛନ୍ତି।

ଏହି ଫଇଲ୍ମଟିରେ କେବଳ ରାଣୀଙ୍କ ନିଖୁଣ ଅଭିନୟ  ନୁହେଁ ବରଂ ଅର୍ଣ୍ଣିବାଣ ଭଟ୍ଟାଚାର୍ଯ୍ୟ ଓ ନୀନା ଗୁପ୍ତାଙ୍କୁ ମଧ୍ଯ ପ୍ରମୁଖ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକେ । ଏକ ଛୋଟ ପରିବାର ଖୁସିରେ ନିଜର ଦୁଇ ପିଲାଙ୍କ ସହ ସମୟ ବିତାଉଥିବାବେଳେ ପରେ ଆରମ୍ଭ ହୋଇଛି ଏକ ମାଆର ସଂଘର୍ଷର କାହାଣୀ । ଗୋଟିଏ ଦେଶ ବିରୁଦ୍ଧରେ ଜଣେ ଭାରତୀୟ ମାଆର ଏକାକୀ ଲଢ଼େଇକୁ ଖୁବ ଜୀବନ୍ତ ଭାବେ ଅଭିନୟ କରିଛନ୍ତି ରାନୀ ମୁଖାର୍ଜୀ । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅସୀମା ଚିବର।

rani ji

କହିବାକୁ ଗଲେ ଏହା ଏକ ଦୁଃଖଦ ପାରିବାରିକ କାହାଣୀ । କେମିତି ନିଜ ପିଲାକୁ ପାଖରେ ରଖିବା ପାଇଁ କରିବାକୁ ପଡୁଛି ଯୁଦ୍ଧ । ଅଜଣା ଅପରିଚିତ ଏକ ସହରରେ ଯେବେ ମାଆ ଠୁ ନିଜ ପିଲାକୁ ଛଡ଼ାଇ ନିଆଯାଏ, ତାହା ପୁଣି ନିଜ ପିଲାକୁ ଭଲରେ ସମ୍ଭାଳିପାରୁ ନଥିବା ଅଭିଯୋଗରେ, ତାଠାରୁ ବା କଷ୍ଟକର କଥା କଣ ହୋଇପାରେ । ତେବେ ଏପରି ଏକ ଦମଦାର ପାରିବାରିକ ଫିଲ୍ମକୁ ନେଇ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ ଖୁବ୍ ଆଶାବାଦୀ ଅଚନ୍ତି। ତେବେ ଫିଲ୍ମଟିର ଟ୍ରେଲର ରିଲିଜ .ହେବା ପରେ ଏହାକୁ ଦେଖି ଦର୍ଶକ ଖୁବ ପସନ୍ଦ କରିଛନ୍ତି । ତେବେ ଆସନ୍ତା ମାର୍ଚ୍ଚ ୧୭ରେ ବଡ଼ ପରଦାରେ ରିଲିଜ୍ ହେବ ମିସେସ ଚାର୍ଟାଜୀ ଭସେସ ନରୱେ ।

ଅପରପକ୍ଷେ ମିସେସ ଚାର୍ଟାଜୀ ଭସେସ ନରୱେ ଟ୍ରେଲରକୁ ଦେଖି ବହୁ ବଡ ବଡ ବଲିଉଡ୍ ସେଲିବ୍ରିଟି ମଧ୍ଯ ରାନୀ ମୁଖାର୍ଜୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଏହି ପରିପେକ୍ଷୀରେ କରଣ ଜୋହର ବା କେମିତି ଏହି ସୁଯୋଗକୁ ହାତ ଛଡା କରିବେ। ସେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏହି ଟ୍ରେଲରକୁ ପୁନଃ ସେୟାର କରି, ଲେଖିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଯେତେ ଫିଲ୍ମ ଅଛି ରାନୀଙ୍କର ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ।