ମାନବିକତାର ପରିଚୟ ଦେଲେ ଥାନା ଅଧିକାରୀ : ଅସହାୟ ଗର୍ଭବତୀ ମହିଳାଙ୍କୁ ନେଲେ ମେଡ଼ିକାଲ୍

ଥାନା ଅଧିକାରୀଙ୍କ ମହାନତା। ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି

ମୋହନା (କେନ୍ୟୁଜ): ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀଙ୍କ ମହାନତା। ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ।

ସୂଚନା ପ୍ରକାରେ ମୋହନା ଥାନା ଅଧୀନରେ ଥିବା କର୍ଚ୍ଚବାଡି ଗ୍ରାମର ଲତା ବେହେରାଙ୍କୁ ଶ୍ୱଶୁର ଘର ଲୋକ ନ ପଚାରିବାରୁ ସେ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥାରେ ଏକା ରହୁଥିଲେ। ଗୁରୁବାର ଦିନ ରାତ୍ରି ସମୟରେ ଲତାଙ୍କ ପ୍ରସବ ବେଦନା ହୋଇଥିଲା । ପାଖରେ କେହି ନଥିବାରୁ ସେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଷିକାଙ୍କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ । ପରେ ଥାନା ଅଧିକାରୀ ନିଷିକା ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ସେଠାରେ ପ୍ରସବ ହୋଇନପାରି ବେଦନା ଅଧିକ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଇବା ପାଇଁ କହିଥିଲେ। ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିସିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଛଟପଟ ହେଉଥିବା ମହିଳା ଲତାକୁ ବ୍ରହ୍ମପୁର mkcg ମେଡିକାଲ ପଠାଇବା ବ୍ୟବସ୍ଥା କରିଥିବା ସହ ନିଜ ବିଭାଗ କର୍ମଚାରୀଙ୍କୁ ଗର୍ଭବତୀ ଲତାଙ୍କ ସାଙ୍ଗରେ ପଠାଇଛନ୍ତି। ମୋହନା ଥାନା ଅଧିକାରୀଙ୍କ ଏହି ମହାନ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.