‘ଦାଦା’ ହୋଇ ପଡ଼ିଆକୁ ଓହ୍ଲାଇବେ ରଣବୀର କପୁର, ପୂର୍ବ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ କରିବେ ଅଭିନୟ
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରଣବୀର କପୁରଙ୍କ ନାମ ସାମ୍ନାକୁ ଆସିଛି। ବହୁତ ଜଲ୍ଦି ଏହି ଫିଲ୍ମର ସୁଟିଂ କୋଲକାତାରେ ଆରମ୍ଭ ହେବ।
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଗତ କିଛି ବର୍ଷ ହେବ ବାୟୋପିକ୍ର ଟ୍ରେଣ୍ଡ୍ ବଢ଼ି ଚାଲିଛି। ଏମିତିରେ ଯଦି ଭାରତୀୟ କ୍ରିକେଟ୍ ଟିମ୍ର ଖେଳାଳିମାନଙ୍କର ବାୟୋପିକ୍ ବିଷୟରେ କଥା ହେବା, ତ ଏ ପର୍ଯ୍ୟନ୍ତ କିଛି ଫିଲ୍ମ ନିର୍ମାଣ ହୋଇସାରିଛି, ଯେଉଁଥିରେ ମହେନ୍ଦ୍ର ସିଂ ଧୋନିଙ୍କଠାରୁ ଆରମ୍ଭ କରି କପିଲ ଦେବଙ୍କ ପର୍ଯ୍ୟନ୍ତ ନାମ ସାମିଲ ରହିଛି।
ଏବେ ବହୁତ ଜଲ୍ଦି ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବାସ୍ତବ ଜୀବନ ବଡ଼ ପରଦାରେ ନଜର ଆସିବ, ଯାହାର ସ୍କ୍ରିପ୍ଟ ମଧ୍ୟ ଫାଇନାଲ ହୋଇସାରିଛି। ବର୍ତ୍ତମାନ କେବଳ ଫିଲ୍ମର ସୁଟିଂକୁ ଅପେକ୍ଷା ରହିବ, ଯାହାକି କୋଲକାତାରେ ଆରମ୍ଭ ହେବ।
ଏବେ ସମସ୍ତ ଫ୍ୟାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଅନ୍ସ୍କ୍ରିନ୍ ସୌରଭ ଗାଙ୍ଗୁଲି କିଏ ହେବ? ମିଳିଥିବା ସୂଚନା ମୁତାବକ, ଅନସ୍କ୍ରିନ୍ କ୍ରିକେଟରଙ୍କ ଭୂମିକା ରଣବୀର କପୁର ହିଁ ନିଭାଇବେ। କୁହାଯାଉଛି ଯେ ଏହା ପୂର୍ବରୁ ସ୍କ୍ରିପ୍ଟ ଯୋଗୁ ନାମ ଫାଇନାଲ ହୋଇପାରୁ ନ ଥିଲା। କିନ୍ତୁ ଏବେ ରଣବୀର କପୁର ଏହି ଫିଲ୍ମ ପାଇଁ ହଁ ଭରିଛନ୍ତି। ସେ ବହୁତ ଜଲ୍ଦି ଫିଲ୍ମର ସୁଟିଂ ପାଇଁ କୋଲକାତା ଯିବେ।
ଖବର ମୁତାବକ, ସୌରଭ ଗାଙ୍ଗୁଲିଙ୍କର ଏହି ବାୟୋପିକ୍ ପାଇଁ ପୂର୍ବରୁ ହ୍ରିତିକ୍ ରୋଶନ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଭଳି ଅଭିନେତାଙ୍କ ନାମ ସାମ୍ନାକୁ ଆସିଥିଲା। କିନ୍ତୁ ଲମ୍ବା ସମୟ ପରେ ଏବେ ରଣବୀର କପୁରଙ୍କୁ ଫିଲ୍ମ ପାଇଁ ଫାଇନାଲ କରାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ ଏହି ବାୟୋପିକ୍ ଏକ ବଡ଼ ବଜେଟ୍ର ଫିଲ୍ମ ହେବ। ଅର୍ଥାତ୍ ୨୦୦ରୁ ୨୫୦ କୋଟି ଟଙ୍କା ବ୍ୟୟରେ ଫିଲ୍ମ ନିର୍ମାଣ କରାଯିବ।