Below header

ମୁମ୍ବାଇ ପୋଲିସ ଜାଣିଶୁଣି ସବୁ ପ୍ରମାଣକୁ ନଷ୍ଟ କରି ଦେଉଛି: ସୁଶାନ୍ତ ସିଂହ ରାଜପୁତଙ୍କ ଓକିଲ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ବିହାର ଓ ମୁମ୍ବାଇ ପୋଲିସ ତାଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ କରିବାକୁ ବିହାର ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଏହାକୁ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ବେଆଇନ୍‌ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ସିବିଆଇ ଯାଞ୍ଚକୁ ନେଇ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ କେ ସିଂହଙ୍କ ଓକିଲ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏଥିସହ ବିକାଶ ସିଂହ ପୁଣି ଥରେ ମୁମ୍ବାଇ ପୋଲିସକୁ ମଧ୍ୟ ପ୍ରଶ୍ନ ଘେରରେ ଛନ୍ଦି ଦେଇଛନ୍ତି।

Sushant death: sister writes to PM Modi; Bihar police record ...

ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂହ ମୁମ୍ବାଇ ପୋଲିସ ଉପରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜଡ଼ିତ ପ୍ରମାଣକୁ ନଷ୍ଟ କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଏଥିସହ ଏହି ମାମଲାର ସିବିଆଇ ଯାଞ୍ଚ କରିବାକୁ ସମସ୍ତେ ଚାହୁଁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୁମ୍ବାଇ ପୋଲିସ ପ୍ରମାଣ ନଷ୍ଟ କରିବାକୁ ଅଯଥା ସମୟ ନଷ୍ଟ କରୁଛି। ଏଣୁ ଏହାର ସିବିଆଇ ଯାଞ୍ଚ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

Vikas Singh, Sushant Singh Rajput

ଏହା ବ୍ୟତୀତ ସେ ବିହାର ପୋଲିସର ଏସ୍‌ପି ବିନୟ ତିଓ୍ଵାରୀଙ୍କୁ ମୁମ୍ବାଇରେ କ୍ୱାରେଣ୍ଟାଇନ୍‌ରେ ରଖିବା ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମୋତେ ଲାଗୁନି କୌଣସି ରାଜ୍ୟ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍‌ କରିବା ଦରକାର। ଜଣେ ପୋଲିସ ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍‌ କରିବାର ଅର୍ଥ ସେ ପାଟନା ପୋଲିସର ଯାଞ୍ଚକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ସୁଶାନ୍ତଙ୍କ ପିତା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ପୁଅର ମୃତ୍ୟୁର ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.