ବିଗ୍‌ବସ୍‌ ଫ୍ୟାନଙ୍କ ପାଇଁ ଖୁସି ଖବର, ଏହି ଦିନ ବିଗବସ୍‌ ହାଉସରେ ଏଣ୍ଟ୍ରି କରିବେ ପ୍ରତିଯୋଗୀ

ଆପଣ ବିଗବସ୍‌ ଦେଖନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଲକଡାଉନ ଯୋଗୁଁ ଏହି ଶୋ ବିଳମ୍ବରେ ହେବ ବୋଲି ଫ୍ୟାନ ଭାବୁଥିଲେ। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍‌ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ।

ସୂଚନା ମୁତାବକ, କାର୍ଯ୍ୟକ୍ରମର ଟ୍ୟାଗଲାଇନ ‘ ବିଗବସ୍‌ ୧୪ ହୋଗା ରକିଂ’ ରଖାଯିବ। ଚଳିତଥରର ବିଗବସ୍‌ ହାଉସ ଜଙ୍ଗଲ ଥିମ୍ରେ ରହିବ । ଟ୍ରାଭେଲ ହିଷ୍ଟ୍ରି ଥିବା ବ୍ୟକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପାରିବେନି । ସମସ୍ତ ପ୍ରତିଯୋଗୀ ଏବଂ ଟିମ୍ ମେମ୍ବର ଆଇସୋଲେଟ ହୋଇରହିବେ । ସମସ୍ତଙ୍କର କରୋନା ଟେଷ୍ଟ କରାଯିବ । ଏଥର ପ୍ରତିଯୋଗୀଙ୍କ ପାଇଁ ରେଷ୍ଟୁରାଣ୍ଟ, ହୋଟେଲ, ଜିମ ଏବଂ ବଜାରର ସୁବିଧା କରାଯିବ।

nia

କରୋନା ଯୋଗୁଁ ପ୍ରତିଯୋଗୀଙ୍କ ବେଶଭୂଷାରେ ପରିବର୍ତ୍ତନ କରାଯିବ। ଏଥର ବିଗ୍ବସ୍ରେ କରନ କୁଦ୍ରା, ନିୟା ଶର୍ମା, ବିବିୟନ ଡିସେନା, ସୁରଭି ଜ୍ୟୋତି, ଜସ୍ମିନ ଭାସିନ, ସୁଗନ୍ଧା ମିଶ୍ରା, ଅବିନାଶ ମୁଖର୍ଜୀ, ଶିରୀନ ମିର୍ଜାଙ୍କ ଭଳି ସେଲିବ୍ରିଟୀ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.