‘ହାମାସ ଆତଙ୍କବାଦୀ ମୋ ଭଉଣୀକୁ ମାରିଦେଲେ’, ନାଗିନ ଅଭିନେତ୍ରୀ ବଖାଣିଲେ ଦୁଃଖ
ନାଗିନ ଅଭିନେତ୍ରୀ ମଧୁରା ନାଏକ ଫ୍ୟାନ୍ସଙ୍କୁ ନିଜର ଦୁଃଖ ବିଷୟରେ କହିଛନ୍ତି । ଇସ୍ରାଏଲରେ କିଭଳି ତାଙ୍କ ଭାଇ ଓ ଭଉଣୀଙ୍କୁ ହାମାସ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ଆଉ ପୋଲିସ ପାଖରେ ତାଙ୍କ ଭଉଣୀଙ୍କ ଦୁଇ ଝିଅ ରହିଛନ୍ତି ।
![v](https://knewsodisha.com/wp-content/uploads/2023/10/nagin-actress.jpg)
ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଆଉ ଏହା ମଧ୍ୟ ଟିଭି ଇଣ୍ଡଷ୍ଟ୍ରୀର ଜଣେ ଅଭିନେତ୍ରୀ ମଧୁରା ନାଏକ ଯନ୍ତ୍ରଣାଦାୟକ ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ମଧୁରା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି । ଏହି ଯୁଦ୍ଧରେ ହାମାସ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଆଖି ବୁଜିଛନ୍ତି ମଧୁରାଙ୍କ ସମ୍ପର୍କୀୟ ଭଉଣୀ ଓ ଭିଣୋଇ ।
ଭିଡିଓରେ ମଧୁରା କହିଛନ୍ତି, ‘ମୁଁ ମଧୁରା ନାୟକ, ଭାରତୀୟ ଜନ୍ମିତ ଇହୁଦୀ । ଭାରତରେ ଆମେ ମାତ୍ର ୩,୦୦୦ ଅଛୁ । ଅକ୍ଟୋବର ୭ ପୂର୍ବରୁ ଆମେ ଆମ ପରିବାରର ଗୋଟିଏ ଝିଅ ଓ ପୁଅକୁ ହରାଇଥିଲୁ । ଦୁଇ ପିଲାଙ୍କ ସାମ୍ନାରେ ଭଉଣୀ ଓଡାୟା ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି। ମୋ ପରିବାର ବର୍ତ୍ତମାନ ଯେଉଁ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ତାହା ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ ।
View this post on Instagram
ହାମାସ ନିଆଁରେ ଛୁଆଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜଳୁଛନ୍ତି। ଏହି କଷ୍ଟ ଦେଇ ମୋ’ ପରିବାର ବି ଗତି କରୁଛି । ଗତକାଲି, ମୁଁ ମୋ ଭଉଣୀ, ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କର ଏକ ଫଟୋ ସେୟାର କରିଥିଲି । ପାଲେଷ୍ଟାଇନ ପ୍ରଚାର କିପରି ଚାଲିଛି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ଏହି ପାଲେଷ୍ଟାଇନ ସମର୍ଥକ ପ୍ରଚାର ଇସ୍ରାଏଲର ଲୋକଙ୍କୁ ହତ୍ୟାକାରୀ ପରି ଦେଖାଇବାକୁ ଚାହୁଁଛି ।
View this post on Instagram
ସୂଚନାଯୋଗ୍ୟ, ମଧୁରା ନାଏକ ଟିଭି ଶୋ ‘ନାଗିପ, ପ୍ୟାର କି ୟେ ଏକ କାହାନୀ, ଇସ ପ୍ୟାର୍ କୋ କ୍ୟା ନାମ୍ ଦୁଁ, ହମନେ ଲି ହୈ ଶପଥ ଏବଂ ତୁମରୀ ପାଖୀ ଭଳି ସିରିଅଲରେ କାମ କରିସାରିଛନ୍ତି ।