Below header

ଲଭ ଓ ରୋମାନ୍ସ କାହାଣୀକୁ ନେଇ ନିର୍ମିତ ହେବାକୁ ଯାଉଛି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’, ଶୁଭମହୁରତ କଲେ ଡ.ଇତି ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସ୍ଥିତ କିଟ୍‌ କ୍ୟାମ୍ପସ ପରିସରରେ ନୂଆ ଓଡିଆ ଚଳଚ୍ଚିତ୍ର ‘ ଏଇ ବୋଧେ ଭଲପାଇବା’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି । ରାଜ୍ୟ ସଂସ୍କୃତି ସଚିବ ରଞ୍ଜନ କୁମାର ଦାସଙ୍କ ଲିଖିତ କାହାଣୀକୁ ନେଇ ତିଆରି ହେବାକୁ ଯାଉଛି ଏହି ଚଳଚ୍ଚିତ୍ର । ଏହାକୁ ପ୍ରସ୍ତୁତ କରୁଛି କଳିଙ୍ଗ ସୂର୍ଯ୍ୟ ସିନେ ପ୍ରଡକ୍ସନ୍‌ । ଫିଲ୍ମର ପ୍ରଯୋଜକ ହେଉଛନ୍ତି ଆଲେକଜାଣ୍ଡର ଦାସ ଓ ସିଦ୍ଧାର୍ଥ ପାତ୍ର । ନିର୍ଦ୍ଦେଶକ ଅଛନ୍ତି ସୁଧାକର ବସନ୍ତ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର,ସଂଳାପ ଲେଖକ ଡଃ ରଜନୀ ରଞ୍ଜନ ଦାସ । ଆଜି ଅନୁଷ୍ଠିତ ‘ ଏଇ ବୋଧେ ଭଲପାଇବା’ ଚଳଚିତ୍ରର ଶୁଭ ମହୁରତ କରିଥିଲେ କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ଏବଂ ଓଡିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସିନେ କ୍ରିଟିକ୍‌ ଆସୋସିଏସନ୍‌ର ସମ୍ପାଦକ ଦିଲ୍ଲୀପ ହାଲି । ଚଳଚ୍ଚିତ୍ରର ନାୟକ ଓ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ଦୀପକ ଓ ଅନୁଭା ।

ଆଗାମୀ ମାସେ ଭିତରେ ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଲଭ ଓ ରୋମାନ୍ସ କାହାଣୀ ନେଇ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ର ପାଇଁ ଯୁବପିଢ଼ିଙ୍କ ଭିତରେ କ୍ରେଜ୍‌ ରହିବ ବୋଲି ପୂରା ୟୁନିଟ ଆଶାବାଦୀ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.