କିଛିଦିନ ରହିବା ପରେ ଘରେ ଏତେ ବଡ଼ ହୋଇଗଲା ବୁଢିଆଣୀ ଯେ ଏବେ ଇଣ୍ଟରନେଟରେ ହେଉଛି ଭାଇରଲ

ଆଜିକା ସମୟରେ ଲୋକମାନେ ନିଜଘରେ ଥିବା ଅତିଥିଙ୍କୁ ମାତ୍ର କିଛିଦିନରେ ନିଜ ଘରର ରାସ୍ତା ଦେଖାଇ ଦେଇଥାନ୍ତି କିନ୍ତୁ ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ନିଜ ଅତିଥିଙ୍କର ଚେହେରା ଏକଦମ ବଦଳାଇ ଦେଇଛନ୍ତି, ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଜ୍ଞା ହଁ ସେହି ଅତିଥି ଆଉ କେହି ନୁହଁନ୍ତି ସେ ହେଉଛି ଏକ ବୁଢିଆଣୀ । ତେବେ ମାତ୍ର ଏକ ବର୍ଷ ସେ ଜଣେ ବ୍ୟକ୍ତିଙ୍କ ଘରେ ରହିବା ପରେ ତାର ଚେହେରା ଏପରି ହୋଇଯାଇଛି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ ।

 

View this post on Instagram

 

A post shared by Bosslogic (@bosslogic)


ସୂଚନା ଅନୁଯାୟୀ ଜେକ ଗ୍ରେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ବୁଢିଆଣୀଟି ରହୁଥିଲା । ତେବେ ଜେକ ଯେତେବେଳେ ଏହାକୁ ପ୍ରଥମେ ଦେଖିଥିଲେ ସେତେବେଳେ ତାର ସାଇଜ ଏକଦମ ଛୋଟ ଥିଲା କିନ୍ତୁ ବର୍ତ୍ତମାନ ତାର ସାଇଜ ଏତେ ବଡ଼ ହୋଇଯାଇଛି ଯେ ଏହାକୁ ଦେଖି ନିଜେ ଜେକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଏହି ବୁଢିଆଣୀଟି Huntsman ପ୍ରଜାତିର ଅଟେ ଯାହାର ଆକାର ସମୟକ୍ରମେ ବହୁତ ବଡ଼ ହୋଇଯାଇଥାଏ । ତେବେ ଏହି ବୁଢିଆଣୀଟିର ଫଟୋଟି ସୋସିଆଲ ମିଡିଆରେ ଏବେ ବହୁତ ଭାଇରଲ ହେବାରେ ଲାଗିଛି ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଭଳିକିଭଳି କମେଣ୍ଟ ମଧ୍ୟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.