Below header

କିଟ୍‌ ଓ କିସ୍‌କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତାଞ୍ଜଳି ଗୌରବ ସମ୍ମାନ କରାଗଲା ପ୍ରଦାନ,୨୦ ଜଣ ବିଶିଷ୍ଟ ବ୍ୟକ୍ତମାନଙ୍କୁ କରାଗଲା ସମ୍ମାନିତ

କେନ୍ୟୁଜ୍(ବ୍ୟୁରୋ):  ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ଓ ଗୀତାଞ୍ଜଳି ଗୌରବ ସମ୍ମାନ ୨୦୨୦ ଅନୁଷ୍ଠିତ ହୋଇଛି । କିଟ୍‌ ଓ କିସ୍‌କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତାଞ୍ଜଳି ଗୌରବ ସମ୍ମାନ ପ୍ରଦାନ କରାଯାଇଛି ।ଏଥିସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ ବିଶିଷ୍ଟ ବ୍ୟକ୍ତମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଟ୍ରଷ୍ଟର ଅଧ୍ୟକ୍ଷ ରଜଂନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟଜ, ବିଧାୟକ ଅରବିନ୍ଦ ଢାଲି ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ସ୍ମରଣୀକା ‘ଗୀତାଞ୍ଜଳି’ ଅତିଥିମାନଙ୍କ ଦ୍ୱାରା ଉନ୍ମଚନ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.