Below header

ଏ ଅପପ୍ରଚାର କାହିଁକି, ଦୁର୍ଘଟଣା ମୋର ନୁହେଁ ମୋ ଭାଇର ହୋଇଛି : ଅସୀମା ପଣ୍ଡା

କଟକ (କେନ୍ୟୁଜ୍‌) : ସୋସିଆଲ ମିଡିଆରେ ଆଜି ସକାଳୁ ଚାଲିଲା ଚର୍ଚ୍ଚା ଯେ ଓଲିଉଡ୍‌ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଆହତ ହୋଇଛନ୍ତି । ଦୁର୍ଘଟଣାରେ ସେ ଗୁରୁତର । ଏହାକୁ ନେଇ ହୁଲସ୍ତୁଲ ହୋଇଗଲା ସାରା ଓଡ଼ିଶା । ଚାଲିଲା ଅସୀମାଙ୍କ ଫୋନ୍‌କୁ କଲ୍‌ ପରେ କଲ୍‌ । ହେଲେ ଦାୟିତ୍ୱବାନ୍‌ ଗଣମାଧ୍ୟମଗୁଡ଼ିକର କର୍ତ୍ତବ୍ୟ ହେଲା ଯେ ସେମାନେ ସତ ନଜାଣିଲା ପର୍ଯ୍ୟନ୍ତ ଖବର ପ୍ରକାଶ କରିବେ ନାହିଁ । ସେଇଆ ହିଁ ହେଲା । ଶେଷରେ କିନ୍ତୁ ଅସୀମାଙ୍କୁ ନିଜର ପ୍ରତିକ୍ରିୟା ଦେବାକୁ ପଡ଼ିଲା ।

ASIMA PANDA

ପ୍ରକୃତ କଥା ହେଉଛି ଗତକାଲି ରାତିରେ ଅସୀମାଙ୍କ ଭାଇଙ୍କ କାର୍‌କୁ ଗୋଟିଏ ଟ୍ରକ ତ୍ରିଶୂଳିଆ ବ୍ରିଜ୍‌ ଉପରେ ଧକ୍କା ଦେବା ଫଳରେ ସେ ଆହତ ହୋଇଥିଲେ । ତାଙ୍କ ହାତ ଭାଙ୍ଗି ଯାଇଛି । ତେବେ ପ୍ରଚାର ହେଲା ଯେ ଗାଡ଼ିରେ ଅସୀମା ବି ଥିଲେ ଏବଂ ତାଙ୍କୁ ମଧ୍ୟ ଆହତ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି ।

ASIMA PANDA-3

ଏଭଳି ଅପପ୍ରଚାର ପରେ ଅସୀମା କ୍ଷୋଭ ପ୍ରକାଶ କରି ସେମାନଙ୍କୁ ସମାଲୋଚନା ଓ ତାଗିଦ କରିଛନ୍ତି । ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ଯେ ଏଭଳି ମିଥ୍ୟା ନ୍ୟୁଜ୍‌ ପ୍ରକାଶ ନକରିବାକୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.