Below header

ଶିଜାନଙ୍କ ମା’ଙ୍କର ବଡ଼ ଦାବି; ୨୩ ତାରିଖରେ ଏହି ବ୍ୟକ୍ତିଙ୍କୁ ଫାଶୀ ଦଉଡ଼ି ତିଆରି କରି ଦେଖାଇଥିଲେ ତୁନିଷା! ଓକିଲ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଶିଜାନ ଖାନଙ୍କ ମା’ ଓ ଭଉଣୀ ଆଜି ମିଡିଆ ସାମ୍ନାରେ ନିଜର ପକ୍ଷ ରଖିଛନ୍ତି। ସେମାନଙ୍କ ସହିତ ସେମାନଙ୍କ ଓକିଲ ଶୈଳେନ୍ଦ୍ର ମିଶ୍ରା ଓ ଶରଦ ରାୟ ଉପସ୍ଥିତ ଥିଲେ। ପ୍ରେସ୍‌ ମିଟ୍‌ରେ ଶିଜାନଙ୍କ ପରିବାର ଲୋକେ ଏକ ବଡ଼ ଖୁଲାସା କରିଛନ୍ତି। ଶିଜାନଙ୍କ ମା’ ଦାବି କରିଛନ୍ତି ଯେ ସେଟ୍‌ ଉପରେ ତୁନିଷାଙ୍କ ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ୍‌ ୨୩ ତାରିଖରେ ସେ ଶିଜାନଙ୍କୁ ଫାଶୀ ଦଉଡ଼ି ତିଆରି କରି ଦେଖାଇଥିଲେ।

ଶିଜାନଙ୍କ ମା’ କହିଥିଲେ କି, ଯାହା କିଛି ସତ୍ୟତା ଅଛି, ଆମେ ତାହାକୁ ସାମ୍ନାକୁ ଆଣିବାକୁ ଆସିଛୁ। ଯେଉଁ ପ୍ରକାରର ମିଡିଆ ଟ୍ରାଏଲ ହୋଇଥିଲା, ତାହା ଭୁଲ୍‌ ଥିଲା। ୨୪ ତାରିଖର ଘଟଣାକୁ ନେଇ ସେମାନେ ମଧ୍ୟ ଦୁଃଖି ଅଛନ୍ତି। ଏଠାରେ ଶିଜାନଙ୍କ ମା’ ଦାବି କରିଥିଲେ, ୨୩ ତାରିଖରେ ପାର୍ଥ, ତୁନିଷାଙ୍କ ରୁମ୍‌କୁ ଯାଇଥିଲେ। ସେତେବେଳେ ତୁନିଷା ତାଙ୍କୁ ଫାଶୀ ଦଉଡ଼ି ତିଆରି କରି ଦେଖାଇଥିଲେ, ଯାହା ପରେ ପାର୍ଥ ତାଙ୍କୁ ଖୁବ୍‌ ଗାଳି କରିଥିଲେ ଏବଂ ଶିଜାନ ମଧ୍ୟ ତୁନିଷାଙ୍କୁ ବୁଝାଇଥିଲେ।

ଏହି ଘଟଣା ପରେ ତୁନିଷାଙ୍କ ମା’ଙ୍କୁ ସେଟ୍‌କୁ ଡକାଯାଇଥିଲା ଏବଂ ତାଙ୍କୁ ଏ ସବୁ ବିଷୟରେ କୁହାଯାଇଥିଲା। ଏପରି କି, ତୁନିଷାଙ୍କୁ ଏକୁଟିଆ ନ ଛାଡ଼ିବାକୁ ତୁନିଷାଙ୍କ ମା’ଙ୍କୁ କୁହଯାଇଥିଲା। ଶିଜାନଙ୍କ ପରିବାର ଲୋକେ କହିଥିଲେ, ୧୫ ମିନିଟ୍‌ର କୌଣସି ରହସ୍ୟ ନାହିଁ। ଶିଜାନଙ୍କୁ ଏଫ୍‌ ଆଣ୍ଡ ବି ହସ୍ପିଟାଲରୁ ଉଠାଇ ନିଆଯାଇଥିଲା। ତାଙ୍କ ଫୋନ୍‌ ହ୍ଵାଟ୍‌ସଆପରୁ କିଛି ବି ବାହାରି ନ ଥିଲା।

video courtesy: zee news
କିଏ ସଞ୍ଜୀବ କୌଶଲ

ସଞ୍ଜୀବ କୌଶଲ ତୁନିଷାଙ୍କୁ ଚଣ୍ଡୀଗଡ଼ ନେଇ ଯିବାକୁ ଚାହୁଁଥିଲେ। ଏବେ ପ୍ରଶ୍ନ ଉଠୁଛି କି, ସଞ୍ଜୀବ କୌଶଲ କିଏ ଏବଂ ସେ ତୁନିଷାଙ୍କୁ କାହିଁକି କଣ୍ଟ୍ରୋଲ କରୁଥିଲେ? ସଞ୍ଜୀବ ଓ ବନିତା (ତୁନିଷାଙ୍କ ମା’)ଙ୍କ ମଧ୍ୟରେ କି ସମ୍ପର୍କ ଅଛି? ଏହା ବ୍ୟତୀତ ଓକିଲ ଆଉ ଏକ ଖୁଲାସା କରିଥିଲେ ଯେ ବନିତା ଓ ସଞ୍ଜୀବଙ୍କୁ ନେଇ ତୁନିଷା ଉଦାସ ରହୁଥିଲେ। ଓକିଲଙ୍କ କହିବା ହେଲା, ଏହାକୁ ନେଇ ଯେତେବେଳେ ବିବାଦ ହୋଇଥିଲା, ସେତେବେଳେ ବନିତା, ତୁନିଷାଙ୍କ ଗଳା ଚିପି ତାଙ୍କୁ ମାଡ଼ ମାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.