Below header

ICUରୁ ପ୍ରାଇଭେଟ ରୁମକୁ ସିଫ୍ଟ ହେଲେ ରିଷଭ ପନ୍ତ, ଲିଗାମେଣ୍ଟ ଚିକିତ୍ସା ପାଇଁ ବିଦେଶ ପଠାଇପାରେ ବିସିସିଆଇ !

କାର୍‌ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ରିଷଭ ପନ୍ତ । ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ରିଷଭ ଆଇସିୟୁରୁ ପ୍ରାଇଭେଟ ରୁମକୁ ସିଫ୍ଟ ହୋଇଛନ୍ତି । ଡେରାଡୁନର ମ୍ୟାକ୍ସ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ରିଷଭଙ୍କ ଲିଗାମେଣ୍ଟ ଚିକିତ୍ସା ପାଇଁ ବିସିସିଆଇ ତାଙ୍କୁ ବିଦେଶ ପଠାଇବାକୁ ନିଷ୍ପତ୍ତି ନେଇପାରେ ବିସିସିଆଇ ।

ଶୁକ୍ରବାର ଭୋର ସମୟରେ ପନ୍ତ ତାଙ୍କ ମର୍ସିଡିଜ୍ କାର ଯୋଗେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲେ। ତେବେ ରୁର୍କୀ ନିକଟରେ ପନ୍ତଙ୍କ ନିଦ ଲାଗିବା କିମ୍ବା ଗାତ ଯୋଗୁଁ ତାଙ୍କ କାର ଅନିୟନ୍ତ୍ରିତ ହୋଇ ରେଲିଂରେ ପିଟିହୋଇଥିଲା। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାର୍ର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

ଏହି ଘଟଣାରେ ରିଷଭଙ୍କ ମୁଣ୍ଡରେ ଆଘାତ ଲାଗିଛି। ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡ ସଂପୂର୍ଣ୍ଣ ଭାବେ ଠିକ ଅଛି। ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଛି। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଛି। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଛି। ତେବେ ଏତେ ସବୁ ଆଘାତ ସହିତ ଗୁରୁତର ଭାବେ ଆହତ ହୋଇଥିବା ରିଷଭ କିଛି ମାସ ପାଇଁ ଖେଳି ନ ପାରନ୍ତି । ତେବେ ଉତ୍ତରାଖଣ୍ଡର ମାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଲାଗିଥିଲା। ସେସବୁ କ୍ଷତ ଚିହ୍ନଗୁଡ଼ିକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ଦୁର୍ଘଟଣାରେ କଟି ଯାଇଥିବା ତାଙ୍କ ବାମ ଆଖିପତାର ପ୍ଲାଷ୍ଟିକ୍ ସର୍ଜରୀ ହୋଇଛି। ଚିକିତ୍ସା ଠିକ୍ଠାକ୍ ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଉନ୍ନତି ଘଟୁଛି’’ ବୋଲି ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି ।

ତେବେ ରିଷଭଙ୍କ ପରିବାର ପକ୍ଷରୁ କୁହାଯାଇଛି, ଲଗାତାର ତାଙ୍କୁ ହସପିଟାଲ ଲୋକେ ଦେଖିବାକୁ ଆସୁଥିବାରୁ ରିଷଭ ଠିକ୍‌ ଭାବେ ବିଶ୍ରାମ ନେଇପାରୁନାହାନ୍ତି। ହସପିଟାଲର ମେଡିକାଲ ଟିମ୍‌ କହିବାନୁଯାୟୀ, ରିଷଭ ଜଲଦି ସୁସ୍ଥ ହେବା ପାଇଁ ମାନସିକ ଏବଂ ଶାରୀରିକ ଭାବେ ବିଶ୍ରାମ କରିବା ଜରୁରୀ । ତେଣୁ ତାଙ୍କୁ ଏତେମାତ୍ରାରେ ଲୋକ ଦେଖା କରିବାକୁ ଆସିବା ଉଚିତ ନୁହେଁ ।

ସେ ଆହୁରି ମଧ୍ୟ କହିଥିଲେ,  ପନ୍ତଙ୍କୁ ସାକ୍ଷାତ କରିବା ପାଇଁ କୌଣସି ଭିଆଇପି ମୁଭମେଣ୍ଟ ନ ହେଉ, ତାଙ୍କୁ ଦେଖାକରିବାକୁ ଆସୁଥିବା ଲୋକ ନ ଆସିବା ଉଚିତ। ଏମିତି କରିବା ଦ୍ୱାରା ସଂକ୍ରମଣ ବଢିବାରେ ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.