Below header

ଭାରତୀୟ ସେନାଙ୍କ ଉପରେ କମେଣ୍ଟ କରି ଟ୍ରୋଲ ହେଲେ ବୀଣା ମଲ୍ଲିକ, ୟୁଜର କହିଲେ ଏମିତି କଥା

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସୋସିଆଲ ମିଡିଆରେ ବହୁ ପ୍ରତିକ୍ରିୟା ଆସୁଛି। ଏହି ପ୍ରସଙ୍ଗରେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ ମଧ୍ୟ କେତେକ ଟୁଇଟ୍‌ କରିଛନ୍ତି। ସେଥିମଧ୍ୟରୁ କେତେକରେ ସେ ପ୍ରବଳ ମାତ୍ରାରେ ଟ୍ରୋଲ ହୋଇଛନ୍ତି। ସୂଚନା ଅନୁସାରେ, ବୀଣା ଭାରତୀୟ ସେନାଙ୍କ ଉପରେ ଏକ ପୋଷ୍ଟ କରିଛନ୍ତି। ସେହି ପୋଷ୍ଟ ସହିତ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ବୀଣା ଲେଖିଛନ୍ତି, ‘କଶ୍ମୀରରେ ଭାରତୀୟ କ୍ରୁରତା ରହିଛି।’ ଏହାସହିତ ସେ କିଛି ହ୍ୟାସଟ୍ୟାଗ୍‌ ମଧ୍ୟ ବ୍ୟବହାର କରିଛନ୍ତି।

b45

ଏହି ଟୁଇଟ୍‌ ପରେ ବୀଣା ଟ୍ରୋଲ ହୋଇଛନ୍ତି। ଭାରତୀୟ ସୋସିଆଲ ମିଡିଆ ୟୁଜରମାନେ ଖୁବ୍‌ ଟ୍ରୋଲ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଯେଉଁ ଥାଳିରେ ଖାଉଛ, ତାହାକୁ ଲାତ ମାରୁଛ।’ ସେହିପରି ଆଉ ଜଣେ ଅସ୍ମିତ ପଟେଲଙ୍କୁ ବୀଣା ମସାଜ୍‌ କରିବାର ଏକ ଫଟୋ ପୋଷ୍ଟ କରି କହିଛନ୍ତି, ‘ତେଲ ମସାଜ୍‌ କରିବା ପାଇଁ କେତେ ନେଉଛ?’

ଏହାସହ ପଢ଼ନ୍ତୁ: ଏହି ଗମ୍ଭୀର ରୋଗରେ ପୀଡ଼ିତ ଡ୍ୟାନ୍ସିଙ୍ଗ୍‌ ହିରୋ ଗୋବିନ୍ଦା, ସାଙ୍ଗଙ୍କ ସହ କରୁଛନ୍ତି ଏପରି ବ୍ୟବହାର

wa

ତେବେ ଅନୁଚ୍ଛେଦ ୩୭୦ ଉପରେ ଅନୁପମ ଖେର ଏକ ଟୁଇଟ୍‌ କରିଥିଲେ। ବୀଣା ଅନୁପମଙ୍କ ସେହି ଟୁଇଟକୁ ମଧ୍ୟ ରିଟୁଇଟ୍‌ କରିଛନ୍ତି। ଅନୁପମ ଖେର ଟୁଇଟ୍‌ କରିଥିଲେ କି, କଶ୍ମୀର ସମସ୍ୟାର ସମାଧାନ ଆରମ୍ଭ ହୋଇଯାଇଛି। ସେଠି ବୀଣା ରିଟୁଇଟ୍‌ କରି ଲେଖିଛନ୍ତି, ଇଂସାଅଲ୍ଲାହ। ଏହାସହ ସେ ପାକିସ୍ତାନ ପତାକାର ଇମୋଜି ମଧ୍ୟ ବ୍ୟବହାର କରିଛନ୍ତି। ଜାଏରା ଓ୍ଵାସିମ୍‌ ମଧ୍ୟ ରାଜ୍ୟ ସଭାରେ ଅମିତ୍‌ ଶାହଙ୍କ ଘୋଷଣାକୁ ନେଇ ପ୍ରଥମେ ଟୁଇଟ୍‌ କରିଥିଲେ। ସେ ଲେଖିଥିଲେ, ‘ଏହି ସମୟ ମଧ୍ୟ ଅତିକ୍ରମ କରିଯିବ।’ କହି ରଖୁଛୁ କି, ଜାଏରାଙ୍କ ଏହି ଟୁଇଟ୍‌ ବହୁତ ଲମ୍ବା ସମୟ ପରେ ଆସିଥିଲା। ପୂର୍ବରୁ ସେ ଧର୍ମକୁ ନେଇ ବଲିଉଡ୍‌ ଛାଡ଼ିବା ପାଇଁ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.