ମହିଳା ଜଣକ କୁକୁର ସହିତ କରିଥିଲେ କିଛି ଏପରି ଯେଉଁଥିପାଇଁ କାଟିବାକୁ ପଡିଲା ହାତ ଗୋଡ଼

ସାଧାରଣତଃ ସମସ୍ତେ ଘରେ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି । ଗରିବ ହୁଅନ୍ତୁ କିମ୍ବା ଧନୀ ଆଜିକାଲି ପ୍ରାୟ ସମସ୍ତଙ୍କୁ କୁକୁର ପାଳିବାର ସଉକ ରହିଛି । ସାଧାରଣତଃ ନିଜଘରେ କେହି ନା କେହି କୁକୁର ପାଳିବାର ଆପଣ ଦେଖିଥିବେ । କିଛି ଏପରି କରିଥିଲେ ଆମେରିକାର ଓହିୟୋରେ ରହୁଥିବା ଏକ ମହିଳା । ସେ ବି ନିଜ ଘରେ ସଉକରେ ଏକ ଜର୍ମାନ ରେଫର୍ଡ କୁକୁର ପାଳିଥିଲେ କିନ୍ତୁ ସେହି କାରଣରୁ ବର୍ତ୍ତମାନ ମହିଳା ଜଣକୁ ନିଜ ହାତଗୋଡ଼ ହରାଇବାକୁ ପଡିଛି ।

ସୂଚନା ଅନୁଯାୟୀ ମ୍ୟାରୀ ନାମକ ଏକ ମହିଳା ଯିଏକି ଜଣେ ଡଗ ଟ୍ରେନର ଅଟନ୍ତି । ଗୋଟେଦିନ ସେ ନିଜ ପତିଙ୍କ ସହ ଜଙ୍ଗଲକୁ ଛୁଟି କାଟିବାକୁ ଯାଉଥିବା ସମୟରେ ଅଚାନକ ଭାବେ ବେହୋସ ହୋଇପଡିଥିଲେ । ଏହାପରେ ତାଙ୍କ ପତି ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ନିକଟସ୍ଥ ଓହିୟୋର କ୍ୟାଣ୍ଟୋନ ସ୍ଥିତ ଅଲ୍ଟମ୍ୟାନ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ମହିଳା ଜଣକ ନଅ ଦିନ ଧରି ICUରେ ରହିବା ପରେ ଯେତେବେଳେ ତାଙ୍କ ଚେତା ଫେରିଲା ସେତେବେଳକୁ ସେ ନିଜର ହାତ ଓ ଗୋଡ଼ ହରାଇ ସାରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ ସମୁଦାୟ ୮ଟି ଅପରେସନ କରିବାକୁ ପଡିଥିଲା ଏହା ସହିତ ତାଙ୍କ ହାତ ଓ ଗୋଡ଼ ମଧ୍ୟ କାଟିବାକୁ ପଡିଥିଲା।

ଏହାସହ ପଢନ୍ତୁ ଖନନରୁ ମିଳିଲା ୪୦୦୦ ବର୍ଷ ତଳର ରହସ୍ୟମୟ କଙ୍କାଳ , ପୋତାଯାଇଥିବା ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ ..

ଡାକ୍ତରଙ୍କ କହିବା ଅନୁଯାୟୀ ସେ ଏକ ବିରଳ ରୋଗରେ ପୀଡିତ ଥିଲେ ଏବଂ ତାଙ୍କ ତ୍ୱଚାର ରଙ୍ଗ ତୁରନ୍ତ ବଦଳୁଥିଲା । କେତେବେଳେ ତାଙ୍କ ତ୍ୱଚାର ରଙ୍ଗ ବାଇଗଣୀ ହେଇଯାଉଥିଲା ତ କେତେବେଳେ ଏହା ଲାଲ କେବଳ ସେତିକି ନୁହେଁ ସମୟେ ସମୟେ ତାଙ୍କ ଦେହ ସାରା ରକ୍ତ ଜମାଟ ବାନ୍ଧି ଯାଉଥିଲା । ଏହି ରୋଗକୁ ବୁଝିବା ବହୁତ କଷ୍ଟକର ଥିଲା କିନ୍ତୁ ଶେଷରେ ଡାକ୍ତର ମାନେ ଏଥିରେ ସଫଳତା ହାସଲ କରିଥିଲେ।

ପ୍ରକୃତରେ ମହିଳା ଜଣକ ନିଜ କୁକୁରଠୁ ସଂକ୍ରମଣର ଶିକାର ହୋଇଥିଲେ । ସେ କ୍ୟାପ୍ନୋସିଫାଗିଡା କ୍ୟାନିମୋରସ ନାମକ ଏକ ଜୀବାଣୁ ଦ୍ୱାରା ସଂକ୍ରମିତ ଥିଲେ । ଏହି ସଂକ୍ରମଣ ସେ ନିଜ କୁକୁରକୁ କିସ କରିବା କାରଣରୁ ହୋଇଥିଲା । ସୂଚନା ଅନୁଯାୟୀ ଏହି ଘଟଣାଟି ମେ ମାସରେ ଘଟିଥିଲା ଏବଂ ସେହି ମହିଳାଙ୍କ ଚିକିତ୍ସାରେ ପାଖାପାଖି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏହାପରେ ଯାଇ ସେ ନିଜ ଜୀଵନ ଫେରି ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.