ଏଣିକି ରାଜ୍ୟସ୍ତରୀୟ ପରେଡ୍ ଆଉ ଗାନ୍ଧି ମାର୍ଗରେ ହେବ ନାହିଁ, କେଉଁଠି ହେବ ଜାଣନ୍ତୁ
ଭୁବନେଶ୍ୱର (କେ ନ୍ୟୁଜ୍) : ବଦଳିଲା ରାଜ୍ୟସ୍ତରୀୟ ପରେଡ଼ ସ୍ଥଳ । ପିଏମ୍ଜି ନିକଟ ଗାନ୍ଧିମାର୍ଗରେ ଆଉ ରାଜ୍ୟ ସ୍ତରୀୟ ପରେଡ୍ ହେବ ନାହିଁ । ଆଗାମୀ ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ପରେଡ୍ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ହେବ । ଏ ସମ୍ପର୍କରେ ଗତ କିଛି ଦିନ ହେବ ରାଜ୍ୟ ସରକାର ବିଚାର ବିମର୍ଶ କରୁଥିଲେ । ଆଜି ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ବିଧିବଦ୍ଧ ଘୋଷଣା କରିଛନ୍ତି ।
ଗାନ୍ଧିମାର୍ଗରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବାରୁ ପରେଡ୍ ସ୍ଥଳରେ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି ।