Below header

ଭାରତୀୟ କଳାକାରଙ୍କ ପାକିସ୍ତାନରେ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ପୁସ୍ତାନୀ ଘରକୁ କରାଗଲା ସଂରକ୍ଷିତ

ଉତ୍ତର ପଶ୍ଚିମ ପାକିସ୍ତାନର ପ୍ରମୁଖ ହେରିଟେଜ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ପାର୍ଟିସନ ସମୟରେ ପାକିସ୍ତାନ ଛାଡିଥିବା ପ୍ରସିଦ୍ଧ ଭାରତୀୟ କଳାକାରଙ୍କ ସମସ୍ତ ପୁସ୍ତାନୀ ବଙ୍ଗଳାକୁ ସଂରକ୍ଷିତ ରଖାଯିବ । ଏହାକୁ ଟୁରିଷ୍ଟ ପ୍ଲେସରେ ପରିବର୍ତ୍ତିତ କରାଯିବ । ଏହାକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ ଦିଗଜ୍ଜ କଳାକାର ଦିଲୀପ କୁମାର ଓ ରାଜ କପୁରଙ୍କ ପୈତୃକ ଘରକୁ କିଣିବା ପାଇଁ ମଞ୍ଜୁରୀ ପ୍ରଦାନ କାରାଯାଇଛି ।

ରାଜ କପୁରଙ୍କ ପୈତୃକ ଘର ଅର୍ଥାତ କପୁର ହବେଲି କିସ୍‌ସା ଖ୍ୱାନୀ ବଜାରରେ ଅବସ୍ଥିତ । ଏହାକୁ ୧୯୧୮ ଏବଂ ୧୯୨୨ ମଧ୍ୟରେ ମହାନ କଳାକାର ଦାଦା ବଶେଶ୍ୱରନାଥ କପୁର ତିଆରି କରିଥିଲେ । ରାଜ କପୁର ଓ ତାଙ୍କ କାକା ତ୍ରୈଲୋକ କପୁରଙ୍କ ଜନ୍ମ ଏଠାରେ ହୋଇଥିଲା । ଏହାକୁ ପରେ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ବିରାସତ ଭାବେ ଘୋଷଣା କରାଯାଇଥିଲା । ଅନ୍ୟପକ୍ଷରେ ଦିଗଜ୍ଜ କଳାକାର ଦୀଲିପ କୁମାରଙ୍କ ୧୦୦ ବର୍ଷ ପୁରୁଣା ପୁସ୍ତାନୀ ଘର ମଧ୍ୟ ଏହି ସ୍ଥାନରେ ରହିଛି ।

7796
pc: wikipedia

ଏବେ ଏହି ଘର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ୨୦୧୪ରେ ଏହାକୁ ନବାଜ ଶରୀଫଙ୍କ ଦ୍ୱାରା ରାଷ୍ଟ୍ରିୟ ବିରାସତରେ ଘୋଷିତ କରାଯାଇଥିଲା । ପ୍ରୋଭିଜନାଲ ସରାକାର ଏହି ଘରର ଦାମ ୨.୩୦ କୋଟି ରଖିଥିଲେ । ରିପୋର୍ଟସ ଅନୁଯାୟୀ, ଏହି ସ୍ଥାନରେ ଅନେକ ଭାରତୀୟ କଳାକାରଙ୍କ ଘର ରହିଛି । ସେମାନଙ୍କ ମଧ୍ୟରୁ ଶାହାରୁଖ ଖାନ, ମଧୁବାଲା, ସାୟରା ବାନୋ, ବିନୋଦ ଖନ୍ନା, ଅନିଲ କପୁର, ଅମଜାଦ ଖାନ, ମନୋଜ କୁମାର ଓ ରଣଧିର କପୁର ଆଦି ହେଉଛନ୍ତି ପ୍ରମୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.