TMC ସାଂସଦ ନୁସରତ ଗର୍ଭବତୀ ଥିବା ଖବର ସତ, ସାମ୍ନାକୁ ଆସିଲା ବେବି ବମ୍ପ ଫଟୋ; ସ୍ୱାମୀ କହିଲେ-ପିଲା ମୋର ନୁହେଁ

ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଗର୍ଭବତୀ ଥିବା ଖବର ସତ। ନୁସରତ ସେୟାର କରିଥିବା ଏକ ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦିଶୁଛି। କିଛି ଦିନ ତଳେ ନୁସରତ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ମାତ୍ର ଫଟୋ ଆସିବା ପରେ ଖବରଟି ସତ ବୋଲି ପ୍ରମାଣିତ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ନୁସରତଙ୍କ ସହ ଅଭିନେତ୍ରୀ ସାବନ୍ତି ଚାଟାର୍ଜୀ ମଧ୍ୟ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଅଭିନେତା ତଥା ନେତା ୟଶ ଦାସଗୁପ୍ତାଙ୍କ ସହ ନୁସରତଙ୍କ ସମ୍ପର୍କ ଥିବା ଖବର ଚର୍ଚ୍ଚାକୁ ଆସିବା ପରେ ଏହି ମାମଲାରେ ନୁସରତଙ୍କ ସ୍ୱାମୀ ନିଖିଲ ଜୈନ ଏକ ବଡ଼ ବୟାନ ଦେଇଥିଲେ। ନିଖିଲ କହିଥିଲେ ପ୍ରେଗନାନ୍ସି ନେଇ ସେ କିଛି ଜାଣିନାହାନ୍ତି। ଯଦି ଏଭଳି କିଛି ହୋଇଛି ତେବେ ସେ ପିଲା ତାଙ୍କର ନୁହେଁ। କାରଣ ଗତ ୬ ମାସ ହେଲା ସେମାନେ ଏକାଠି ନାହାନ୍ତି।

ନୁସରତ ମଧ୍ୟ ନିଖିଲଙ୍କ ଉପରେ ଟଙ୍କା ହେରଫେର କରିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ନୁସରତ କହିଥିଲେ, ନିଖିଲ ତାଙ୍କ ଅଜ୍ଞାତରେ ତାଙ୍କ ଆକାଉଣ୍ଟରୁ ଟଙ୍କା ନିଅନ୍ତି। ନିଜକୁ ଧନୀ କହୁଥିଲେ ମଧ୍ୟ ସେ ମୋ ଅଜାଣତରେ ମୋ ଟଙ୍କା ନିଅନ୍ତି। ଅଲଗା ହେବା ପରେ ବି ସେ ଟଙ୍କା ନେଉଛନ୍ତି। ତେବେ ଆମେ ବହୁ ପୂର୍ବରୁ ହିଁ ଅଲଗା ହୋଇସାରିଛୁ ବୋଲି ନିକଟରେ ନୁସରତ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.